ଓଡିଶା

ନିଜ କିଡନୀ ବିକି ଲୋକଙ୍କ ସେବା କରିବେ ସରପଞ୍ଚ ରଣଜିତ୍…

ଜନତାଙ୍କ ସେବା ପାଇଁ ସରପଞ୍ଚ ଆଗଭର, ମାତ୍ର ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ?

ଢେଙ୍କାନାଳ, ୨୬/୧୨ (ସୁଜିତ୍ କୁମାର ବେହେରା) : ଜନତାଙ୍କ ସମର୍ଥନରେ ସରପଞ୍ଚ ଗାଦିରେ ବସିଥିଲେ ରଣଜିତ୍ ପ୍ରଧାନ । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବାକୁ ସମସ୍ତ ଚେଷ୍ଟା କରିଛନ୍ତି ସେ । ହେଲେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧକ ସାଜୁଛନ୍ତି କନିଷ୍ଠଯନ୍ତ୍ରୀ ସିଲା ସାହୁ । ଦୀର୍ଘ ଏକ ବର୍ଷ ଧରି ପଡ଼ି ରହିଛି ବାଉଁଶ ପୋଖରୀ ପଞ୍ଚାୟତରେ ସରକାରଙ୍କ ଉନ୍ନୟନ କାର୍ଯ୍ୟ । କନିଷ୍ଠ ଯନ୍ତ୍ରୀ ସିଲା ସାହୁଙ୍କ ମନମୁଖି କାର୍ଯ୍ୟ ଓ ପଞ୍ଚାୟତ ଉନ୍ନୟନରେ ବ୍ରେକ ଦେବା ନେଇ ସରପଞ୍ଚ ସମେତ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଶେଷରେ ବହୁ ବାଦ ବିବାଦ ପରେ ନିଜର ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଛନ୍ତି ରଣଜିତ୍ । ଜନତାଙ୍କ ସୁବିଧା ପାଇଁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ପୂରଣ କରିବ ପାଇଁ ସେ ନିଜର କିଡନୀ ବିକ୍ରି କରିବେ ବୋଲି କହିଛନ୍ତି ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବାଉଁଶ ପୋଖରୀ ପଞ୍ଚାୟତର ସରପଞ୍ଚ ରଣଜିତ୍ ପ୍ରଧାନ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏକଛତ୍ରବାଦ ଶାସନ ତଥା ପ୍ରଶାସନିକ ବ୍ୟବସ୍ଥା ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ପ୍ରାଶାସନିକ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଅସହଯୋଗ କାରଣରୁ ନିଜକୁ ସମ୍ପୂର୍ଣ୍ଣ ଅସହାୟ ଦର୍ଶାଇ ନିଜର କିଡ଼ନୀ ବିକ୍ରି କରି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ରଣଜିତ୍ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରଣଜିତ୍ ପଞ୍ଚାୟତ ନିର୍ବାଚନ ବେଳେ ଲୋକଙ୍କ ପାଇଁ କେଉଁ ଗ୍ରାମରେ କଣ ଉନ୍ନୟନ କାର୍ଯ୍ୟ କରିବେ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ । ଆଉ ନିର୍ବାଚନ ଜିତିବା ପରେ ସେ ସେହି ଅନୁସାରେ କାର୍ଯ୍ୟ କରାଇପାରୁ ନାହାନ୍ତି । କାରଣ ପଞ୍ଚାୟତରେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ଲେବର ଡିମାଣ୍ଡ ଉଦେ୍ଦଶ୍ୟମୂଳକ ଭାବେ କରାଇ ଦିଆଯାଉନାହିଁ । ଏପରିକି ପ୍ରତ୍ୟେକ କାମରେ ପଞ୍ଚାୟତର କିଛି କୁଜି ନେତା ତଥା ଚେୟାରମ୍ୟାନଙ୍କ ଲୋକ ବିଧାୟିକାଙ୍କ ଲୋକର ପରିଚୟ ଦେଇ କିଛି ୱାର୍ଡ ମେମ୍ବରଙ୍କୁ ହାତବାରିଷ କରି ଉପଖଣ୍ଡ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ମିଥ୍ୟା ଅଭିଯୋଗ ଆଣି କାମ ହେଇଥିଲେ ମଧ୍ୟ ସମସ୍ତ କାମକୁ ବ୍ରେକ ଦେଉଥିବା ଅଭିଯୋଗ ହୋଇଛି । ଏହାସହ ଉନ୍ନୟନ କାର୍ଯ୍ୟକୁ ଏକ ବର୍ଷ ଧରି ବନ୍ଦ କରି ରଖିଛନ୍ତି କନିଷ୍ଠ ଯନ୍ତ୍ରୀ ଯାହା ଏହା ଏକ ଆକ୍ରୋଶ ମୂଳକ ଭାବେ ହେଉଛି ବୋଲି ସରପଞ୍ଚଙ୍କ ସମେତ ସ୍ଥାନୀୟ ବୁଦ୍ଧିଜିବୀମାନେ ମଧ୍ୟ ମତ ଦେଇଛନ୍ତି ।

ଜନପ୍ରତିନିଧି ହେବା ସହିତ ପଞ୍ଚାୟତର ଶାସନ ଗାଦିରେ ବସି ଯଦି ସେ ଲୋକଙ୍କ ସେବା ନ କରିପାରିବେ ତେବେ ଗାଦିରେ ବସିବାର କି ଲାଭ ବୋଲି କହିଛନ୍ତି ସରପଞ୍ଚ ମହୋଦୟ । ଏଣୁ ନିଜର ଗୋଟିଏ କିଡନୀ ବିକି୍ର କରି ଯେତିକି ସମ୍ଭବ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ସରପଞ୍ଚ ରଣଜିତ୍ ପ୍ରଧାନ । ଆଉ ଯଦି କିଡନୀ ବିକ୍ରି କ୍ଷେତ୍ରରେ ପ୍ରଶାସନ ସହଯୋଗ ନ କରେ ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବା ସହ ଲିଖିତ ଭାବେ ସମସ୍ତ ଉପରିସ୍ଥ ଅଧିକାରୀ ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି ରଣଜିତ୍ ।

ଜଣେ ସୁଶାସକ ହେବା ଲକ୍ଷ୍ୟରେ ରଣଜିତ୍ ଆଗେଇ ଚାଲିଥିବାବେଳେ ପ୍ରଶାସନର ମନମୁଖୀ ଶାସନକୁ ନେଇ ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ଅପରପକ୍ଷେ ସାଧାରଣ ଜନତା ଏଭଳି ଜଣେ ଜନପ୍ରତିନିଧିଙ୍କୁ ପାଇ ବେଶ୍ ଗର୍ବିତ ବୋଲି ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ଏହି ଖବର ପହଁଞ୍ଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷ ଏ ଦିଗରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା