ଖଜୁରୀପଡ଼ାରେ ପାଳିତ ହେଲା ଜନଜାତି ଉତ୍ସବ…

କନ୍ଧମାଳ, ୨୬/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ଜନଜାତି ଉତ୍ସବ । ଏହି ଅବସରରେ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ ଖଜୁରୀପଡ଼ା ବ୍ଲକର ଅଧ୍ୟକ୍ଷା ଅନିମା କହଁର, ପୂର୍ବତନ ଚେୟାରମ୍ୟାନ ବିରେନ୍ଦ୍ର କହଁର, ଖଜୁରୀପଡ଼ା ବ୍ଲକର (BSSO) ଅଧିକାରୀ ମନଜ କୁମାର ସାହୁ ଓ ବ୍ଲକ୍ ଷ୍ଟାପ୍ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକସ୍ତରୀୟ ଦୁଇଦିନିଆ ଆଦିବାସୀ ସଂସ୍କୃତି ପରମ୍ପରାରେ ବିପୁଳ ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀ ମାନେ ଯୋଗ ଦେଇ କୁଇ ନୃତ୍ୟ ପରିବେଷଣ କରିଥିଲେ । ଖଜୁରୀପଡ଼ା ମା ସେବାସଂଘ ଏବଂ ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବର ସଦସ୍ୟ ସଦସ୍ୟାମାନେ ଏଥିରେ ସହଯୋଗ କରିଥିଲେ । ଉଭୟ ସଂଘ ବ୍ଲକ୍ ସ୍ତରୀୟ ହେଇଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ସ୍ୱେଛାକୃତ ଭାବେ ନିଜର ଦାଇତ୍ୱ ତୁଲାଉଥିବା ଦେଖିବାକୁ ମିଳିଥିଲା । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜନଜାତି ମହୋତ୍ସବ ତରଫରୁ ଉଭୟ ସଂଘକୁ କୁଇ ନୃତ୍ୟ ପରିବେଷଣ ଏବଂ କୁଇ ଭାଷା ପରିବେଷଣ କରୁଥିବା ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସମ୍ନାନିତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।