କନ୍ଧମାଳରେ ବଢୁଛି ବଙ୍ଗାଳି ମିସ୍ତ୍ରୀଙ୍କ ପାଦୁର୍ଭାବ…

କନ୍ଧମାଳ, ୨୬/୧୨ (କୁନା ଦିଗାଲ) : ବଙ୍ଗାଳି ମିସ୍ତ୍ରୀଙ୍କ କବଜାରେ କନ୍ଧମାଳର ଜନତା । ନିଜର ବିଭିନ୍ନ ଆବାସକୁ ସରସ ସୁନ୍ଦର କରିବା ପାଇଁ କନ୍ଧମାଳ ଜନତା ବଙ୍ଗାଳି ମିସ୍ତ୍ରୀଙ୍କ ଉପରେ ଭରସା କରନ୍ତି । ଆଉ ବଙ୍ଗାଳି ମିସ୍ତ୍ରୀ ମଧ୍ୟ ସେହି କାର୍ଯ୍ୟକୁ ଜନତାଙ୍କ ମନମୁତାବକ କରି ବେଶ୍ ପ୍ରଶଂସା ସାଉଁଟିଥାଆନ୍ତି । ହେଲେ ଏବେ ଜିଲ୍ଲାବାସୀ ତାଙ୍କ ଉପରେ ମାତ୍ରାଧିକ ବିଶ୍ୱାସ ଆଉ ଭରସା କରୁଥିବା ହେତୁ ବଙ୍ଗାଳି ମିସ୍ତ୍ରୀମାନେ କନ୍ଧମାଳରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଥିବା ଅଭିଯୋଗ ହୋଇଛି । କନ୍ଧମାଳବାସୀଙ୍କ ମଧ୍ୟରେ ମଜୁଭୂତ ବିଶ୍ୱାସ ଜନ୍ମେଇ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଘର ନିର୍ମାଣ ପାଇଁ ଟଙ୍କା ନେଇ ହଇରାଣ କରୁଥିବା ଦେଖିବାକୁ ମିଳିଛି । ଘର ନିର୍ମାଣ ସାମଗ୍ରୀ ଆବଶ୍ୟକ ଅନୁସାରେ ଅଧିକା ଯୋଗାଇବାକୁ କହି ହିତାଧିକାରୀଙ୍କୁ ଖର୍ଚ୍ଚାନ୍ତ କରିବା ସହ ଗୋଟିଏ ପ୍ରକାର କହି କାମ ଅଲଗା ପ୍ରକାର କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ହିତାଧିକାରୀ ଅଯଥାରେ ଅଧିକ ଖର୍ଚ୍ଚ କରି ତଳିତଳାନ୍ତ ହେଉଛନ୍ତି । ଏପରିକି ମିସ୍ତ୍ରୀମାନେ ସୁବିଧା ସୁଯୋଗ ଦେଖି ମହିଳାମାନଙ୍କୁ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ସହ ଯୋ÷ନସମ୍ପର୍କ ରଖିଥିବା ନଜିର ରହିଛି ।
ଏ ନେଇ AICWCର ରାଜ୍ୟ ଉପସଭାପତି ତଥା ଏଜୁକେସନ୍ ଚାରିଟେବୁଲ ଟ୍ରଷ୍ଟ ପ୍ରିହମ୍ ନିର୍ଦେଶକ କୁନା ଦିଗାଲ ଏବଂ କନ୍ଧମାଳ ପ୍ରଗତି ମିଳିତ ମହାସଂଘ, ଅନ୍ୟାୟ ଅନୀତି କରୁଥିବା ବଙ୍ଗାଳି ମିସ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଗଣମାଧ୍ୟମ ଜରିଆରେ ବାର୍ତ୍ତା ଦେଇଛନ୍ତି ।