ଓଡ଼ିଶାର ୨୦ ଷ୍ଟାର୍ଟଅପଙ୍କୁ ପାଣ୍ଠି ପ୍ରଦାନ ପାଇଁ ମିଳିଲା ନିବେଶକଙ୍କ ପ୍ରୋତ୍ସାହନ..

ଭୁବନେଶ୍ୱର, ୨୬/୧୨ (ଅଭିଜିତ୍ ସିଂ) : ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାେଉଣ୍ଡସନ ପକ୍ଷରୁ ଭାରତ ସରକାରଙ୍କ ଅଟଳ ଇନୋଭେସନ ମିସନ ଓ ସେବି ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ସହଯୋଗରେ ଆୟୋଜିତ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ରାଜ୍ୟରେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲରେ ୭୦ରୁ ଅଧିକ ଷ୍ଟାର୍ଟଅପ୍ ଓ ୧୫ ନିବେଶକ ଯୋଡ଼ି ହୋଇଥିଲେ । ଏଥିରେ ଶ୍ରେଷ୍ଠ ୨୦ ଷ୍ଟାର୍ଟଅପ୍ ନିବେଶକଙ୍କ ସମ୍ମୁଖରେ ସେମାନଙ୍କ ଆଇଡିଆ ଉପସ୍ଥାପନ କରିଥିଲେ । ଏବଂ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପାଣ୍ଠି ପ୍ରଦାନ କରିବା ଲାଗି ନିବେଶକମାନେ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରେର ଏଆଇସି-ଏନ୍ଆଇଟିଏଫ୍ର ସିଇଓ ଶ୍ରୀ ଦୁର୍ଗା ପ୍ରସାଦ କହିଛନ୍ତି ଯେ, “ରାଜ୍ୟର ଷ୍ଟାର୍ଟଅପ୍ ପରିବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ ଆୟୋଜିତ ହୋଇଛି । ଏଥିରେ ୩୦ରୁ ଅଧିକ ବକ୍ତା ଏବଂ ମେଂଟର, ୧୫ ନିବେଶକ ଓ ୭୦ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଥିଲେ ।