ଓଡିଶା

ଆଠମଲ୍ଲିକରେ ବିଜେପିର ଡଙ୍କା, ବିଜେପିରେ ମିଶିଲେ ଶତାଧିକ ମହିଳା କର୍ମୀ…

ଆଠମଲ୍ଲିକ, ୨୬/୧୨ (ଧନଞ୍ଜୟ ନାୟକ) : ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ଛାଡି ଫୁଲ ଧରୁଛନ୍ତି ଅନେକ କର୍ମୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନହୁଲା ପଞ୍ଚାୟତର ମିଣ୍ଡୋଳ ଗ୍ରାମରେ ବିଜେପିରେ ମିଶିଛନ୍ତି ଶତାଧିକ ମହିଳା । ଯୁବନେତା ସଂଗ୍ରାମ ମହାପାତ୍ରଙ୍କ ଉପସ୍ଥତିରେ ବିଜେଡି ଓ କଂଗ୍ରେସ ଛାଡ଼ି ବହୁ ନେତା ଓ ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଶେଷ କରି ବହୁ ସଂଖ୍ୟାରେ ମହିଳା ଗୋଷ୍ଠୀ ବିଜେପିରେ ସାମିଲ ହୋଇ ଦଳର ମାନ ବୃଦ୍ଧି କରିଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ମହିଳାମାନେ କହିଛନ୍ତି । ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଦଳ ପାଇଁ କାର୍ଯ୍ୟ କରିବା ସହ ଦଳର ମୁଠାକୁ ସଶକ୍ତ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ସମସ୍ତ କର୍ମୀ ।
ଏହି ମିଶ୍ରଣ ପର୍ବରେ ଯୁବନେତା ସଂଗ୍ରାମ ମହାପାତ୍ର ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଯୁବନେତା ସଂଗ୍ରାମ ମହାପାତ୍ର କହିଛନ୍ତ ଯେ, ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ଼ କରିବ । ଆଠମଲ୍ଲିକରେ ବିଜେପି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି । ଅନ୍ୟ ଦଳମାନଙ୍କ ଅପେକ୍ଷା ଭାରତୀୟ ଜନତା ପାର୍ଟି ହିଁ ଆଠମଲ୍ଲିକରେ ଏକମାତ୍ର ବିକଳ୍ପ ବୋଲି ଆହ୍ୱାନ ଦେବା ସହ ଓଡ଼ିଶାବାସୀ ୨୦୨୪ ନିର୍ବାଚନରେ ବିକଳ୍ପ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।
ଆୟୋଜିତ ମିଶ୍ରଣ ପର୍ବରେ ଠାକୁରଗଡ ମଣ୍ଡଳ ଉପ ସଭାପତି ପଙ୍କଜ କୁମାର ବେହେରା, ଏସଟି ମୋର୍ଚ୍ଚା ମଣ୍ଡଳ ସଭାପତି ରାମଚନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ପ୍ରକାଶ ନାୟକ, ଦଇତାରୀ ମହାକୁଡ଼, ଶାନ୍ତିଲତା ଘିୱାଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା