ଅଟୋ ଚାଳକଙ୍କ ମହାନତା, ଅସହାୟ ଲୋକଙ୍କୁ ବାଣ୍ଟିଲେ କମ୍ବଳ…

ଆଠମଲ୍ଲିକ, ୨୬/୧୨ (ଧନଞ୍ଜୟ ନାୟକ) : ପେଶାରେ ସେ ଜଣେ ଅଟୋ ଚାଳକ । ହେଲେ ସମାଜସେବା ପ୍ରତି ତାଙ୍କର ମନୋବଳ ତାଙ୍କୁ ଏକ ଦରଦୀ ମଣିଷ ଭାବେ ଗଢି ତୋଳିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ଗ୍ରାମ ପଞ୍ଚାୟତ ଧୋଡାଖୋଳ ଗ୍ରାମର ଯୁବ ସମାଜସେବୀ ସଞ୍ଜୟ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ କୋରାବ, ଧାତୁକିବାହଲ, ଘଣାଯୋଡ଼ି, କଳଚିକଟା ଗ୍ରାମରେ ଥିବା ବହୁ ନିରାଶ୍ରୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଯୁବକ ଯୁବତୀ, ବିଧବା ମହିଳାଙ୍କୁ ପ୍ରବଳ ଜାଡରୁ ରକ୍ଷା ପାଇବା ପାଇଁ ମୋଟ୍ ୫୦ ଟି କମ୍ବଳ ବଣ୍ଟନ କରିଛନ୍ତି । ଏହାସହ କଳଚିକଟା ମଠରେ ଥିବା ଜଣେ ମହିମା ଧର୍ମୀ ବାବାଙ୍କୁ କମ୍ବଳ ଓ ଏକ ମାସର ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି ।

ସମାଜସେବୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ଏହି ସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହପାତ୍ର, ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସମାଧାନ’ର ସମ୍ପାଦକ ବିନୟ କୁମାର ପଟ୍ଟନାୟକ, ସମାଜସେବୀ ଶତୃଘ୍ନ ସାହୁ, ଅନାମ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।