ଷୋଳପଦାରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

ଆଠମଲ୍ଲିକ, ୨୫/୧୨ (ଧନଞ୍ଜୟ ନାୟକ) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ର ଷୋଳପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ –ଓ, ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଥିରେ ବାଲ୍ୟ ବିବାହ ପ୍ରଥା, ପ୍ଲାଷ୍ଟିକ ବର୍ଜନ, ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସଚେତନ କରାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳକୁଦ ଆରମ୍ଭ ହୋଇଥିଲା । ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଆଠମଲ୍ଲିକ ତହସିଲଦାର ଶ୍ୟାମସୁନ୍ଦର ସାହୁ, ଷୋଳପଦା କଲେଜର ପ୍ରତିଷ୍ଠାତା ଭଗବାନ ସାହୁ, ଜିଲ୍ଲା ପରିଷଦ ଯୁଧିଷ୍ଠିର ସିଂହ, ଷୋଳପଦା କଲେଜ ଅଧ୍ୟକ୍ଷ ପ୍ରବୀଣ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବଇଣ୍ଡା ଜନତା ମହାବିଦ୍ୟାଳୟର ଅଧ୍ୟାପକ କାଳିଆ ସେଠୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଇଂରାଜୀ ଶିକ୍ଷକ ପ୍ରସନ୍ନ କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ କଲେଜ୍ ତରଫରୁ କଲେଜର ପ୍ରାଣ ପ୍ରତିଷ୍ଠାତାମାନଙ୍କୁ ମନେ ପକାଇ ସେମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ଅତିଥିମାନେ ଖେଳାଳିମାନଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ବାଳକ ବିଭାଗର ଚମ୍ପିୟାନ ଅମୂଲ୍ୟ ଦେହୁରୀ ହୋଇଥିବ ବେଳେ ବାଳିକା ବିଭାଗର ଚମ୍ପିୟାନ ସ୍ୱାଗତିକା ସେଠୀ ପୁରସ୍କୃତ ହୋଇଥିଲେ ।