ଓଡିଶା

ମଧୁସୂଦନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ…

ନୀଳଗିରି, ୨୫/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱରର ଜିଲା ନୀଳଗିରି ବ୍ଳକ ଅଧିନସ୍ଥ ଧରମପୁର ପଞ୍ଚାୟତର ବାଉଁଶପାଳ ସ୍ଥିତ ମଧୁସୂଦନ ପବ୍ଲିକ୍ ସ୍କୁଲର ନବମ ବାର୍ଷିକୋତ୍ସବ ଶ୍ରୀମତୀ ଶକୁନ୍ତଳା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତ ନିଦେ୍ର୍ଦଶକ ଟୁନୁ ପଟ୍ଟନାୟକ. ମୁଖ୍ୟବକ୍ତା ଭାବେ ଡଃ ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦାନ କରି ପିଲାମାନଙ୍କ ପ୍ରତି ପିତାମାତାଙ୍କ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ପିଠାହତା ପଞ୍ଚାୟତର ପୁର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବାଗୁଡ଼ାଇ ଯୋଗଦାନ କରି ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନେ ପାଠ ପଢିବା ସହିତ ଖେଳକୁଦ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଇଂ ମାନସ ରଞ୍ଜନ ଜେନା ଯୋଗଦାନ ଅନୁଷ୍ଠାନର ଉନ୍ନତିକରଣ କରିବା ସହିତ ଛାତ୍ରଛାତ୍ରୀ ମାନେ ପାଠପଢ଼ା ସହିତ ସମୟାନୁବର୍ତ୍ତିତା ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ମଧୁସୂଦନ ଜେନା ଉପସ୍ଥିତ ଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀ ସୁଚରିତା ଜେନା ଅତିଥି ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁକା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଶିକ୍ଷକ ଜ୍ଞାନେନ୍ଦ୍ର ମଲ୍ଲିକ, ଶିକ୍ଷୟତ୍ରୀ ଅଭିଲିପ୍ସା ବେହେରା, ରଶ୍ମୀ ରଞ୍ଜିତା ବେହେର. ତନୁଶ୍ରୀ ମହୁରିଆ, ସେବିକା ରେବତୀ ସେଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା