ମଦମୁକ୍ତ ଭାରତ ଗଠନ ପାଇଁ ମଦମୁକ୍ତି ଯୁବବାହିନୀର ସ୍ୱର…

ଢେଙ୍କାନାଳ, ୨୫/୧୨ (ସୁଜିତ୍ କୁମାର ବେହେରା) : ସଂପୂର୍ଣ୍ଣ ମଦ ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ବଦ୍ଧ ହୋଇ ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ମହକୁମାରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ବ୍ୟାପକ ଜନ ସଚତନତା ସୃଷ୍ଟି ପାଇଁ ପଦଯାତ୍ରା କରି କଚେରି ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତମୂିର୍ତ୍ତି ନିକଟରେ ପହଁଞ୍ଚି ମଦର ଭୟାବହତା କିଭଳି ମାନବ ସମାଜକୁ ବିପଥଗାମୀ କରିଛି ସେ ଉଦେ୍ଦଶ୍ୟରେ ରାଜ୍ୟ ସରକାରଙ୍କ ମଦ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଏହି ଅବସରରେ ପଦଯାତ୍ରା ଜରିଆରେ ଜନ ସଚେତନତାକୁ ବ୍ୟାପକ କରିବା ପାଇଁ ସଂଗଠନ ପକ୍ଷରୁ ପୁନର୍ବାର କାର୍ଯ୍ୟକ୍ରମ ସ୍ଥିର କରାଯାଇ ଏହାକୁ ଗାଁ ଗାଁ ଓ ପଞ୍ଚାୟତ ସ୍ତରରେ ପହଞ୍ଚାଇବାକୁ କେତେକ କାର୍ଯ୍ୟକର୍ତ୍ତା ପ୍ରକାଶ କରିଥିଲେ । ଓଡ଼ିଶାରେ ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଓ ସରକାର ଏବଂ ରାଜନେତାମାନେ କିପରି ଏହି ଗମ୍ଭୀର ସମସ୍ୟାକୁ ଅଣଦେଖା କରିଚାଲିଛନ୍ତି ତାହାକୁ ସଙ୍ଗଠନର ସଦସ୍ୟମାନେ ପ୍ଲା-କାର୍ଡÿ ଓ ଗୀତ ମାଧ୍ୟମରେ ସଚେତନ କରାଇଥିଲେ ।
ରାଜ୍ୟ ସରକାରଙ୍କ ମୋଟ୍ ବଜେଟରେ ମାତ୍ର ୨.୫ ରୁ ୩ ପ୍ରତିଶତ ଅବକାରୀ ବିଭାଗରୁ ମିଳିଥାଏ । ଗୁଜୁରାଟ, ବିହାର ଭଳି ଓଡ଼ିଶା ସରକାରଙ୍କୁ ଏହି ଅର୍ଥ ନମିଳିଲେ ମଧ୍ୟ ରାଜ୍ୟ ସହଜରେ ଚଳିପାରିବ । କିନ୍ତୁ ମଦ ମିଳୁଥିବା କାରଣରୁ ରାଜ୍ୟରେ ଗାଡ଼ି ଦୁର୍ଘଟଣା, ଘରୋଇ ହିଂସା, ନାରୀ ନିର୍ଯ୍ୟାତନା, ହତ୍ୟା, ବଳକôାର, ଗୋଷ୍ଠୀ ସଂଘର୍ଷ ପରି ଘଟଣା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ତେଣୁ ରାଜସ୍ୱ ପାଇଁ ନୁହଁ ବରଂ ରାଜ୍ୟରେ କୃଷି, ରୋଜଗାର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ମୌଳିକ ସମସ୍ୟା ଉପରୁ ଜନସାଧାରଣଙ୍କ ନଜର ହଟାଇବା ଏବଂ ଯୁବଗୋଷ୍ଠୀଙ୍କୁ ନିଶା ଦ୍ୱାରା ମାନସିକ ପଙ୍ଗୁ କରିବା ସହ ସରକାରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାର କ୍ଷମତା ହରାଇବା ଭଳି ଷଡ଼ଯନ୍ତ୍ର କରି ରାଜ୍ୟ ସରକାର ମଦ ବିକ୍ରି କରୁଥିବା କଥା ଯୁବାବାହିନୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ଯୁବଗୋଷ୍ଠୀ ସ୍ୱର ଉତ୍ତୋଳନ କରିବାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସଞ୍ଜୟ କୁମାର ମହାନ୍ତି ଉପସ୍ଥିତ ଯୁବକ ମାନଙ୍କୁ ଅହ୍ୱାନ ଦେଇଛନ୍ତି ।
ଯେଉଁ ସରକାରର ପ୍ରତ୍ୟେକ୍ଷ ସହଯୋଗରେ ଓଡ଼ିଶାର ଗାଁ ଗହଳି, ସହର ବଜାରରେ ୪ ହଜାରରୁ ଅଧିକ ମଦ ଦୋକାନ ଖୋଲିଛି , ସେହି ସରକାର ହିଁ ପ୍ରବଳ ଜନମତର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ । ଏଥିପାଇଁ ଆବଶ୍ୟକ ଜନଜାଗରଣର ସୂତ୍ରଧର ଓଡ଼ିଶାର ସ୍ୱାଭିମାନୀ ଯୁବକଟିଏ ହିଁ ହୋଇପାରେ । ଏଥିପାଇଁ ସେହି ଯୁବକ ମାନଙ୍କୁ ସମାଜ କଲ୍ୟାଣର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମିତ୍ତ ମଦମୁକ୍ତି ଯୁବବାହିନୀ ଓଡ଼ିଶା ବିଭିନ୍ନ ବ୍ଲକରେ “ପ୍ରଭାତଫେରି” କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ଜ୍ଞାନ ରଞ୍ଜନ ରାଉତ, ଭୁପିନ୍ଦର ସିଂ, ସଞ୍ଜୟ ସାହୁ, ପ୍ରଭାତ ସାହୁ, ସୁଶାନ୍ତ ପ୍ରଧାନ, ଦିଲ୍ଲୀପ ଦଳେଇ, ଜିତୁ ପ୍ରଧାନଙ୍କ ସହ ଅନ୍ୟମାନେ ଯୋଗ ଦେବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ଯୁବ ସାଥିମାନଙ୍କୁ ସଙ୍ଗଠନ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ।