ଛାତ୍ରୀମାନଙ୍କ ଦ୍ୱାରା ସଡକ ସୁରକ୍ଷା ଓ ବାଲ୍ୟ ବିବାହ ସଂପର୍କରେ ସଚେତନତା

ବାଲିଆପାଳ, ୨୫/୧୨ (ଚନ୍ଦନ ଅଣ୍ଡିଆ) : କ୍ରୀଡା ଓ ଯୁବସେବା ବିଭାଗ ଓଡ଼ିଶା ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ନୂଆ -ଓ କାର୍ଯ୍ୟକ୍ରମ ଅବସରରେ ଲକ୍ଷ୍ମୀ ପ୍ରିୟା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଲିଆପାଳରେ ସୁସ୍ଥ ଜୀବନ ଶୈଳୀ ଉପରେ ଆଧାରିତ ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପିକା ଶ୍ରୀମତୀ ସୁଦୀପ୍ତା ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଫିସର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ରାଜେନ୍ଦ୍ର କୁମାର ବାରିକ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ଦାସ ସୁସ୍ଥ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ । ଯୋଗ ପ୍ରଶିକ୍ଷକ ଶ୍ରୀ ଜଗନ୍ନାଥ ଦେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ସଂସ୍କୃତ ଶିକ୍ଷକ ଅଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ରୀ ମାନଙ୍କୁ ସଂସ୍କୃତ ଶିକ୍ଷକ ରେମଶ ଚନ୍ଦ୍ର ପଣ୍ଡା କଲେଜ ପାଖରୁ ଛାତ୍ରୀମାନଙ୍କୁ ନେଇ ରାସ୍ତାରେ ଲୋକଙ୍କୁ ବାଇକ୍ ଚଲାଇବା ବେଳେ ଲୋକେ ହେଲିମେଣ୍ଟ ପିନ୍ଧିଲେ ନିଜ ଜୀବନକୁ କିପରି ସୁରକ୍ଷାରେ ଗାଡ଼ି ଚାଲିଇ ପାରିବେ ସେ ସଂପର୍କରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କଲେଜ ପାଖରୁ ଚାଲି ଚାଲି ବ୍ଲକ ସମ୍ମୁଖରେ ପହଁଚି ଲୋକଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କରିଥିଲେ । ପୁଣି ସେଠାରୁ ଆସି ଜାମ୍ମୁକୁଣ୍ଡା ଛକ ପାଖରୁ ଛାତ୍ରୀମାନେ ଫ୍ଲା କାର୍ଡ ଧରି ବାଲ୍ୟ ବିବାହ ସଂପର୍କରେ ବାଲିଆପାଳ ବସ୍ତି ଦେଇ ରାଲି କରି ବାଲ୍ୟ ବିବାହ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସୁଦୀପ୍ତା ବିଶ୍ୱାଳ, ନୂଆ -ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର ରାଜେନ୍ଦ୍ର ସାର, ସଂସ୍କୃତ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା, ଅଧ୍ୟାପକ ଉତ୍ତମ ମାହାନା ପ୍ରମୁଖ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ ।