ଖନ୍ତାପଡ଼ା ଷ୍ଟେସନକୁ ନବୀକରଣ ପାଇଁ ପତ୍ର ଲେଖିଲେ ବିଧାୟକ…

ନୀଳଗିରି, ୨୫/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖନ୍ତାପଡ଼ା ଦେଇ ଯାଇଥିବା ଦକ୍ଷୀଣ ପୂର୍ବ ରେଳପଥର ଖନ୍ତାପଡ଼ାରେ ଏକ ଷ୍ଟେସନ ରହିଛି । ଦୀର୍ଘଦିନ ଧରି ଏହି ଷ୍ଟେସନର ଉନ୍ନତିକରଣ ହୋଇନାହିଁ । ପନ୍ଦର ଗୋଟିରୁ ଉଦ୍ଧ୍ୱର୍ ପଞ୍ଚାୟତର ରେଳଯାତ୍ରୀ ଏହି ଷ୍ଟେସନରୁ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରିଆସୁଛନ୍ତି । ଯାତ୍ରୀମାନେ ଖରା ବର୍ଷା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତଦ୍ ବ୍ୟତୀତ ଏହି ଷ୍ଟେସନରେ ବହୁଳ ଭାବରେ କାଗଜ କଳକୁ. ବାଉଁଶ ଉଇକାଲି ପଟାସ କାଠ ଚାଲାଣ କରାଯାଉଥିବା ବେଳେ ଏହି ଅଞ୍ଚଳରେ ଥିବା ଛୋଟ ଛୋଟ କାରଖାନା ଓ ଇଟା ଭାଟିମାନଙ୍କୁ ଏହି ଷ୍ଟେସନରୁ କୋଇଲା ବର୍ଷସାରା ପରିବହନ ହେଉଅଛି । ଏହି ସବୁ ସମସ୍ୟାକୁ ଦୂର କରିବାପାଇଁ ବାଲେଶ୍ୱର ଜିଲ୍ଲାର ପୂର୍ବତନ ଜିଲାପାଳ ତଥା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଦିଲ୍ଲୀରେ ସାକ୍ଷାତ କରି ଖନ୍ତାପଡ଼ା ଷ୍ଟେସନର ଉନ୍ନତି କରଣ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏ ନେଇ ମନ୍ତ୍ରୀ ସମସ୍ୟାର ସମାଧାନ କରିବା ପାଇଁ ବିଧାୟକଙ୍କୁ ଆଶ୍ୱାସନ ଦେଇଥିବା ସୂଚନା ମିଳିଛି । କେନ୍ଦ୍ରରେଳ ମନ୍ତ୍ରୀଙ୍କ ଆଶ୍ୱସନା ଦେବା ପରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଧାୟକ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।