୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବସ ହେଳ୍ପରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତାରୋକ…

କନ୍ଧମାଳ, ୨୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲାବୃଡି ଗ୍ରାମ ପଞ୍ଚାୟତ କେରେଙ୍ଗେଲି ଛକ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଘରୋଇ ବସରୁ ଜିନିଷ ପତ୍ର କାଢ଼ିବାକୁ ଯାଇ ୧୧କଭି ବିଦ୍ୟୁତ ସଂସ୍ପର୍ଶରେ ଆସିଲେ କାର୍ଯ୍ୟରତ ହେଲ୍ପର । ସୂଚନା ଅନୁସାରେ, ହେଲ୍ପର ଜଣକ ବସ ଉପରେ କିଛି ସାମାନ କାଡିବାକୁ ବସର ଉପରସିଡ଼ି ଯୋଗେ ଓହ୍ଲାଉଥିବା ସମୟରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାରରେ ଅସାବଧାନତା ଯୋଗୁଁ ତାଙ୍କ ହାତ ବାଜିବାରୁ ସେ ସଂଜ୍ଞାହାନ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଯୁବକମାନେ ତାଙ୍କୁ ଏକ ମୋଟର ସାଇକେଲ ଯୋଗେ ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥଲେ । ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ହେଲେ ଗୋଛାପଡ଼ା ଥାନା ପଲାବୃଡି ପଞ୍ଚାୟତର ନେଡିପଦର ଗାଁର ମିଲରା ଦିଗାଲଙ୍କ ପୁଅ ଆମଦ ଦିଗାଲ ।
ଖବର ପାଇବା ଗୋଛାପଡା ପୋଲିସ ମୃତଶରୀରକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଏହି ଖବର ପାଇ ଉତ୍ୟକ୍ତ ଗାଁ ଲୋକେ ରାସ୍ତାରେ କାଠ ଗଣ୍ଡି ପକେଇ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ଗାଡ଼ି ମଟର ଯିବା ଆସିବା ବାଧା ପ୍ରାପ୍ତ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଥିଲା । ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ତଥା ଏଜୁକେସନ ଚାରିଟେବୁଲ୍ ଟ୍ରଷ୍ଟ ପ୍ରିହମ୍ ର ନିର୍ଦେଶକ କୁନା ଦିଗାଲଙ୍କ ହସ୍ତକ୍ଷେପ ପରେ ତଥା ଗୋଚ୍ଛାପଡ଼ା ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।