ହାଇଟେକ ମେଡିକାଲ କଲେଜ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବର ଅନୁଷ୍ଠିତ…

ଗଜପତି, ୨୧/୧୨ (ବିବେକାନନ୍ଦ ବେହେରା) : ଗଜପତି ଷ୍ଟାଡିୟମରେ ଆୟୋଜିତ ଗଜପତି ଉତ୍ସବ ୨୦୨୩ ରେ ହାଇଟେକ ମେଡିକାଲ କଲେଜ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଖ୍ୟା ଲଘୁ ତଥା ମାନ୍ୟବର ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଫିତା କାଟି ଶୁଭ ଉଦଘାଟନ କରିଥିଲେ । ପରେ ଭୁବନେଶ୍ୱରରୁ ଆସିଥିବା ହାଇଟେକ ମେଡିକାଲର ୧୧ ଜଣିଆ ଡାକ୍ତର ଟିମ, ସମସ୍ତ ଗଜପତିର ଜନସାଧାରଣଙ୍କ ଚିକିତ୍ସା କରିଥିଲେ । ମୁଖ୍ୟତଃ ଈଚ, ଝଟଏଇଜ, ଋଉଏ, ଊବସକ୍ଷଚ୍ଚ ଜକ୍ଟଙ୍କଗ୍ଧସଦ୍ଭର ମଷରମଳଙ୍କକ୍ଟ୍ର ସହ ଅନ୍ୟାନ୍ୟ ରୋଗର ପରୀକ୍ଷା କରି ମେଡ଼ିସିନ ଯୋଗାଇ ଥିଲେ । ଏହି ଚିକିତ୍ସା ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସ୍ମୁତିରଞ୍ଜନ ପ୍ରଧାନ, ମାନ୍ୟବର ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗ, ହାଇଟେକ ମେଡିକାଲ ନିର୍ଦେଶକ ଯୁବନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ, ଜିଲାପରିଷଦ ଅଧକ୍ଷ ଗବରା ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ । ହାଇଟେକ ଗ୍ରୁପ ନିର୍ଦେଶକ ତଥା ଯୁବ ନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ କହିଛନ୍ତି କି ପ୍ରତ୍ୟେକ ଗଜପତି ଉତ୍ସବରେ ମାଗଣା ସ୍ୱାସ୍ଥ୍ୟ ଶିବିର ଜାରି ରଖିବା ସହ, ଜିଲ୍ଲାର ପାରଳାଖେମୁଣ୍ଡି ଓ ପ୍ରତ୍ୟେକ ବ୍ଲକରେ ଏମିତି ମାଗଣା ସ୍ୱାସ୍ଥ୍ୟ ଶିବିର କରିବେ ବୋଲି ଜଣାଇଛନ୍ତି ।