ଓଡିଶା

ସାଇଁକୁଳ ଏବଂ ବାତୋରେ ଖୋଲିଲା ଧାନମଣ୍ଡି…

ଘସିପୁରା, ୨୧/୧୨ (ସ୍ମୃତି ରଞ୍ଜନ ବିହାରୀ) : ଆନନ୍ଦପୁର ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଆଜି ଖଲଣା ସମବାୟ ସମିତି ଜରିଆରେ ସାଇଁକୁଳ ଠାରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇ ପ୍ରଥମ ଟୋକନ ପାଇଥିବା ଚାଷିଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । ସମବାୟ ସମିତି ସମ୍ପାଦକ ବଳରାମ ସେଠୀଙ୍କ ସଂଯୋଜନାରେ ଅତିଥି ଭାବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସାଇଁକୁଳ ଶାଖା ପରିଚାଳକ ସ୍ୱଂମସିଦ୍ଧ ସିଦ୍ଧାନ୍ତ ,ସମବାୟ ସଭାପତି ବିଭାସଚନ୍ଦ୍ର ନାୟକ, ପୂର୍ବତନ ସଭାପତି ନନ୍ଦକିଶୋର ବେହେରା,କୋର କମିଟ୍ଟି ସଦସ୍ୟ ଅର୍ଜୁନ କୁମାର କର, ମାୟାଧର ପଣ୍ଡା ପ୍ରମୁଖ ଯୋଗଦେଇ ଧାନମଣ୍ଡିକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସରକାରଙ୍କ ଏଫକୁ୍ୟୟୁ ମାନ ଧାର୍ଯ୍ୟ ମୂଲ୍ୟ କୁଇଣ୍ଟାଲ ପ୍ରତି ଟ. ୨୧୮୩ ଙ୍କା ଦରରେ ଚାଷି ଧାନ ବିକ୍ରୟ କରିଥିଲେ । ମଣ୍ଡି ଶୁଭାରମ୍ଭ ଅବସରରେ ଖଲଣା ସମବାୟ ସମିତିର ପ୍ରମୋଦ ପରିଡା, କୈଳାସ ବେହେରା,ନାରାୟଣ ସାହୁ,ବୃନ୍ଦାବନ ଜେନା,ନନ୍ଦିଦାଦତ୍ୟ ଜେନା,ସୁରେଶ ନାୟକ,ସୁନିଲ ମହାନ୍ତି,ଦୟାନିଧି ପରିଡା, ଦୁଶ୍ମନ୍ତ ନାୟକ,ଆନନ୍ଦ ପରିଡା,ବଳରାମ ମାଝୀ, ମ୍ବୁନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମଣ୍ଡି ପରିଚାଳନାରେ ସମବାୟ ସମିତି କର୍ମଚାରୀ ସେହିପରି ବାତୋ ସମବାୟ ସମିତିରେ ଧାନମଣ୍ଡିର ଶୁଭାରମ୍ଭ ହୋଇଥିବା ଜଣାପଡିଛି । ସମ୍ପାଦକ ଭଗବାନ ବରାଳଙ୍କ ସଂଯୋଜନାରେ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସ୍ଥାନିୟ ସରପଂଚ ଝରଣା ଜେନା, ସମିତିସଭ୍ୟ ତରଣ ସେନ ବରାଳ, ରଂଜନ ବେହେରା,ବିଜୟ କୁମାର ଜେନା,ସଭାପତି ସୁରେନ୍ଦ୍ର ପାଗଳ, ସୁରେନ୍ଦ୍ର ଜେନା, ମଦନ ରାଉତ ପ୍ରମୁଖ ଉପସ୍ଥିତ ରହି ମଣ୍ଡିକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା