ଟିକାବାଲିର ପାଣିଙ୍ଗିଆରେ ଚତୁର୍ଥ ପ୍ରାକ-ବଡ଼ଦିନ ମହୋତ୍ସବ ଅନୁଷ୍ଠିତ…

କନ୍ଧମାଳ, ୨୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ୍ ଏବଂ ଚକାପାଦ ବ୍ଲକ୍ ମିଳିତ ଖ୍ରୀଷ୍ଟିୟାନ ସମାଜ ଦ୍ୱାରା ଚତୁର୍ଥ ପ୍ରାକ-ବଡଦିନ ଆନନ୍ଦ ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଟିକାବାଲି ବ୍ଲକ ଏବଂ ଚକାପାଦ ବ୍ଲକ ଆଂଚଳିକ ଖ୍ରୀଷ୍ଟିୟାନ ସମାଜର ସଭାପତି ଅବସରପ୍ରାପ୍ତ ସେନାଧିକାରୀ ରମେଶ ଦିଗାଲଙ୍କ ଅଧ୍ୟକ୍ଷତାରେ ଟିକାବାଲିର ପାଣିଙ୍ଗିଆ ବିଶ୍ୱବାଣି ଚର୍ଚ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଦନ ମଳିକ ଯୋଗଦେଇ ଉପସ୍ଥିତ ରହି ଖ୍ରୀଷ୍ଟିୟାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ବାର୍ତା କରିବା ସହ ଉତ୍ସାହିତ କରିଥିଲେ ।
ଏହି ଅବସରରେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲିପ କହଁର, ଚକାପାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର, ସାଂସଦ ବ୍ଲକ ସଂଯୋଜକ ପ୍ରଦ୍ୟୁମନୁ ଦିଗାଲ, ସମାଜସେବୀ ପ୍ରେମାନନ୍ଦ ପ୍ରଧାନ, ପ୍ରକାଶ ଦିଗାଲ, ସାର୍ଲେଶ୍ୱର ଦିଗାଲ, ସନ୍ତୋଷ ଦିଗାଲ ସମୂହ ଯୋଗଦେଇ ଉପସ୍ଥିତ ଖ୍ରୀଷ୍ଟିୟ ବିଶ୍ୱାସି ଭାଇଭଉଣୀଙ୍କୁ ବଡଦିନ ଶୁଭେଚ୍ଛା ଦେବା ସହ ଉତ୍ସାହିତ କରିଥିଲେ । ଏହି ପ୍ରାକ-ବଡଦିନ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ରେଭ.ଅବେଦ ନାୟକ ଯୋଗଦେଇ ପବିତ୍ର ବାଇବଲରୁ ଇଶ୍ୱରଙ୍କ ବାକ୍ୟ ପରିବେଷଣ କରି ଯୀଶୁଙ୍କ ଜନ୍ମର ବାର୍ତା ପ୍ରଦାନ କରିଥିଲେ ।