ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟିଲେ ଏବଂ ଆଶିଷ ନେଲେ…

ଓଡ଼ାପଡ଼ା, ୨୧/୧୨ (ଗୋପବନ୍ଧୁ ବାରିକ) : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଡିଆକାଟେଣି ଛକ ନିକଟସ୍ଥ ଚୌଧୁରୀମଲ୍ ପରିସରରେ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମିୟ କେତନ ସ୍ୱାଇଁ ଯୋଗ ଦେଇ କହିଥିଲେ ଯେ, ଦୀର୍ଘଦିନ ଧରି ଚୌଧୁରୀମଲ୍ ପକ୍ଷରୁ ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ତୀର୍ଥ ଭ୍ରମଣ କରିବା, ରକ୍ତଦାନ ଶିବିର ପରି ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ହୃଦାନନ୍ଦ ଦ୍ୱିବେଦୀ, ବଳରାମପ୍ରସାଦ ସରପଞ୍ଚ କାଞ୍ଚନବାଳା ରାଉତ, ସମାଜସେବୀ ପ୍ରଶ୍ନ କୁମାର ସାହୁ, ବିଭୁତି ଭୁଷଣ ସାହୁ, ଚନ୍ଦ୍ର ଶେଖର ସାହୁ, ପ୍ରତାପ ଚନ୍ଦ୍ର ନଦ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଗରିବ ଅସହାୟମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ବିଶ୍ୱରଂଜନ ସାହୁ, ବିଘ୍ନଶ ରଂଜନ ସାହୁ, ବିକାଶ ରଂଜନ ସାହୁ, ଭାସ ରଂଜନ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ, ଚୈାଧୁରୀମଲର କର୍ମଚାରୀ ମାନେ ସହଯୋଗ କରିଥିଲେ ।