ଓଡିଶା

୧୦ ଦଫା ଦାବି ନେଇ ସର୍ବ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଧର୍ମଘଟ…

ନୀଳଗିରି, ୧୪/୧୨ (ସଚିଦାନଁଦ ପାତ୍ର) : ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘ ଆହ୍ୱାନରେ ୧୦ଦଫା ଦାବି ନେଇ ନୀଳଗିରି ପୋଷ୍ଟଅଫିସ ସମ୍ମୁଖରେ ଡାକ ସେବକ ମାନଙ୍କ ଦ୍ୱାରା ଚଳିତ ମାସ ୧୨ତାରିଖଠାରୁ ଅନିର୍ଦ୍ଦର୍ିଷ୍ଟ କାଳ ପାଇଁ ଧାରଣା ଜାରି ରହିଛି । ନୀଳଗିରି ଉପଖଣ୍ଡର ବିଭିନ୍ନ ଗ୍ରାମୀଣ ଡାକଘରେ କାର୍ଯ୍ୟରତ କର୍ମଚାରୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଆନେ୍ଦାଳନକାରୀଙ୍କ ପ୍ରମୁଖ ୧୦ ଦାବି ମଧ୍ୟରେ ଗ୍ରାମୀଣ ଡାକସେବକମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ଦେଇ ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିବା ସହିତ ପେନସନ ବ୍ୟବସ୍ଥା, ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ଗ୍ରୁପ୍ ଇନ୍ସୁରାନ୍ସ, ୫ଲକ୍ଷ ଟଙ୍କାର ଗ୍ରାଚୁଇଟି, ୧୮୦ଦିନର ବୈତନିକ ଛୁଟି, କମଲେଶଚନ୍ଦ୍ରା କମିଟି ୧୨,୨୪, ୩୬ବର୍ଷର ପଦୋନ୍ନତି ଏବଂ ୧.୭.୨୦୧୮ ପରିବର୍ତ୍ତେ ୧.୧.୨୦୧୬ରୁ କାର୍ଯ୍ୟକାରୀ କରିବା, ଅବସର ଗ୍ରହଣ କରିଥିବା ଡାକସେବକମାନଙ୍କୁ ପେନସନର ବ୍ୟବସ୍ଥା, ଟାର୍ଗେଟ ଦେବା ଆଳରେ କର୍ମଚାରୀମାନଙ୍କୁ ହଇରାଣ ହରକତ କରିବା, ଆରଆଇସିଟି ଡିଭାଇସ ପରିବର୍ତ୍ତେ ଲାପଟପ୍, ପ୍ରିଣ୍ଟର ଦେବା ସଙ୍ଗେ ସଙ୍ଗେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା କରିବା ନେଇ ଧାରଣାରେ ବସିଛନ୍ତି ।
ଏପଟେ ଧାନଅମଳ ସମୟରେ ଧର୍ମଘଟ ଯୋଗୁଁ ପୋଷ୍ଟ ଅଫିସରେ ଜମାକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ଧର୍ମଘଟରେ ଅଞ୍ଜଳି ସିଂହ, ବ୍ରଜ ପୃଷ୍ଟି, ଜଗତଜୀବନ ବେହେରା, ସବ୍ୟସାଚୀ ନାୟକ, ବାଇଧର ହାଁସଦା, ଲକ୍ଷ୍ମୀଧର ପରିମାଣିକ, ଅଶୋକ କୁମାର ପଣ୍ଡା, ସସ୍ମିତା ପ୍ରଧାନ, ଅବସରପ୍ରାପ୍ତ ଡାକ କର୍ମଚାରୀ ରାଧାଶ୍ୟାମ ଦାସ, ମନୋରଞ୍ଜନ ମିଶ୍ର, ରନôାକର ବେହେରା, ରଶ୍ମିରଞ୍ଜନ ପଲାଇ, ସରସ୍ୱତୀ ମହାନ୍ତି ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା