ତୃତୀୟ ଶ୍ରୀକ୍ଷେତ୍ରରେ ପାଳିତ ହେଲା ଦେବ ଦୀପାବଳି…

ନୀଳଗିରି, ୧୪/୧୨ (ସଚିଦାନଁଦ ପାତ୍ର) : ତୃତୀୟ ଶ୍ରୀକ୍ଷେତ୍ରରେ ପାଳିତ ହେଲା ଦେବ ଦୀପାବଳି । ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରି ଜଗନ୍ନାଥ ମନ୍ଦିରରେ ଶେଷ ହୋଇଛି ଦେବ ଦୀପାବଳି ଉତ୍ସବ । ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନରେ ଆରମ୍ଭ ହୋଇଥିବା ଏହି ଉତ୍ସବ ପ୍ରତିପଦା ତିଥିରେ ସମାପ୍ତ ହୋଇଥାଏ । ଏହି ଉତ୍ସବରେ ମହାପ୍ରଭୁ ଧଳାବତ୍ସ୍ର ପରିଧାନ କରିବା ସହିତ ନିଜର ପୂର୍ବପୁରୁଷ ମାନଙ୍କୁ ଶ୍ରାଦ୍ଧ ତର୍ପଣ ପ୍ରଦାନ କରିଥାଆନ୍ତି । ତୃତୀୟ ଦିବସରେ ମହାପ୍ରଭୁ ନନ୍ଦ, ଯଶୋଦା, ଦେବକୀ, ବସୁଦେବ, ଗୁଣ୍ଡିଚା ଓ ଇନ୍ଦ୍ରଦୁ୍ୟମ୍ନ ରାଜାଙ୍କ ଉଦ୍ଦେଶ୍ୟରେ ତର୍ପଣ ପ୍ରଦାନ କରିଥାଆନ୍ତି । ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରିବା ପରେ ଜଗନ୍ନାଥଙ୍କ ଆଦ୍ୟ ସେବକା ମନୋଜା ମଞ୍ଜରୀ ଦେବୀ ଛୁନୁର ସେବକ ଦ୍ୱୀପକୁ ତିନିଥର ଶ୍ରୀ ମନ୍ଦିର ପ୍ରଦକ୍ଷଣ କରି ମନ୍ଦିର ଚୁଡ଼ାରେ ସ୍ଥାପନ କରାଯାଇଥିଲା । ପରେ ପରେ ଅରୁଣ ସ୍ତମ୍ବ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଜଗନ୍ନାଥଙ୍କ ଆଦି ସେବିକା । ଦୀପ ପ୍ରଜ୍ୱଳନ କରିବା ପରେ ସେବାୟତ ଜନସାଧାରଣ ଦୀପ ପ୍ରଜ୍ଜ୍ୱଳନ କରିଥିଲେ . ମର୍ତ୍ତ୍ୟରେ ମାନବ ତାର ପିତୃପୁରୁଷଙ୍କୁ ଦୀପାବଳି ଦିନ ଶ୍ରାଦ୍ଧ ଦେଇ ସନ୍ଧ୍ୟାରେ ଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି । ସେହିଭଳି ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶ୍ରାଦ୍ଧ ଉତ୍ସବ ଆରମ୍ଭ ହୋଇ ପ୍ରତିପଦରେ ଶେଷ ହୋଇଥାଏ । ଉକ୍ତ ଉତ୍ସବରେ ବ୍ରହ୍ମ, ପୂଣ୍ୟ ଶ୍ଲୋକ ନନ୍ଦ, ଚୂନରା ଦେବାଶିଷ ଦାଶ, ହରିବନ୍ଧୁ କର, ପ୍ରିୟବ୍ରତ କର, ପ୍ରହରାଜ ହର ନାରାୟଣ ନନ୍ଦ, ରାଜଗୁରୁ ରବିନ୍ଦ୍ର ମହାପାତ୍ର, ଦେବେନ୍ଦ୍ର କୁମାର ନନ୍ଦ, ସଞ୍ଜିତ୍ ଆଚାର୍ଯ୍ୟ, ରମେଶ ଦାସ, ଉପେନ୍ଦ୍ର ଦାସ ବାବୁ, ଖଗେନ୍ଦ୍ର ବେହେରା ଓ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଦୀପ ଜଳାଇ ଆର୍ଶୀବାଦ ଗ୍ରହଣ କରିଥିଲେ ।