ଓଡିଶା

“ଆମା ଓଡିଶା ନବୀନ ଓଡିଶା” ଯୋଜନାର ଜିଲ୍ଲାର ନୂଆ ସଂଯୋଜକ ଦାୟିତ୍ୱ ପାଇଲେ ୱାଇ. ରାମ ଚନ୍ଦ୍ର…

ଗଜପତି, ୧୪/୧୨ (ବିବେକାନନ୍ଦ ବେହେରା) : ଗଜପତି ବିଜେଡି ଶାଖା ପକ୍ଷରୁ ଆମା ଓଡିଶା ନବୀନ ଓଡିଶା ଯୋଜନାରେ ଜିଲ୍ଲା ସଂଯୋଜୋକ ଭାବରେ ନୂଆ ଦାୟିତ୍ୱ ପାଇଥିବା ୱାଇ. ରାମ ଚନ୍ଦ୍ରଙ୍କୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରର ସମସ୍ତ ବିଜୁ ଜନତା ଦଳର ନେତା ମାନେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରାମଚନ୍ଦ୍ର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ ଟି ଓ ଅମା ଓଡିଶା ନବୀନ ଓଡିଶର ଅଧ୍ୟକ୍ଷ ଭି କେ.ପଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ନୂତନ ଭାବେ ଦାୟିତ୍ୱ ପାଇଥିବା ୱାଇ. ରାମ ଚନ୍ଦ୍ର ରାଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମା ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍, ବିଜେଡି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶ୍ରୀ ଅତନୁ ସାବ୍ୟାସାଚି, ହାଇଟେକ୍ ଗ୍ରୁପର ଅଧ୍ୟକ୍ଷଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ତାଙ୍କ ନାମ ସୁପାରିଶ କରିଥିବାରୁ ସମସ୍ତ ରାଜ୍ୟ ତଥା ଜିଲ୍ଲା ସ୍ତରର ନେତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀ ରାମଚନ୍ଦ୍ର ରାଓ ଉପସ୍ଥିତି ସମସ୍ତ ବିଜେଡି ଦଳର ନେତା ଏବଂ କର୍ମୀମାନଙ୍କୁ କହିଥିଲେ ଯେ, ମୁଁ ସବୁବେଳେ ସବୁ ସମୟରେ ଲୋକଙ୍କ ସେବା କରିବାରେ ପ୍ରସ୍ତୁତ ଅଛି । ପ୍ରତ୍ୟେକ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନାଗୁଡିକ ପହଞ୍ଚାଇବା ପାଇଁ ନିରନ୍ତରେ କାର୍ଯ୍ୟ କରିବି ।
ଏହି ଅବସରରେ ବରିଷ୍ଠ ନେତା ତଥା ହାଇଟେକ୍ ଗ୍ରୁପ୍ ଚେୟାରମ୍ୟାନ୍ ଶ୍ରୀ ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାୟ. ରାମ ଚନ୍ଦ୍ର ରାଓଙ୍କ ଉପରେ ବିଶ୍ୱାସ କରିଛନ୍ତି ଯେ ସେ ତାଙ୍କ ଦାୟିତ୍ୱ ଠିକ ଭାବରେ ତୁଲାଇବେ । ତେବେ ଆଗାମୀ ଦିନରେ ରାମ ଚନ୍ଦ୍ର ରାଓ ଗଜପତି ଜିଲ୍ଲାକୁ ରାଜ୍ୟରେ ଏକ ନମ୍ବର ଜିଲ୍ଲାରେ ପରିଣତ କରାଇବା ସହିତ ଜିଲ୍ଲାର ଦୁଇ ଦୁଇ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କିଭଳି ଜିତିପାରିବ ସେଥି ନିମନ୍ତେ ସମସ୍ତଙ୍କୁ ନେଇ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ଯୁବ ନେତା ଇଞ୍ଜିନିୟର ରୂପେଶ ପାନିଗ୍ରାହି, ଗୋସାଣୀ ବ୍ଲକ୍ ଅଧ୍ୟକ୍ଷ, ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଏବଂ ଦଳର ବିଭିନ୍ନ ପଦପଦବୀରେ ଥିବା ନେତାମାନେ ଉପସ୍ଥିତ ରହି ରାମ ଚନ୍ଦ୍ର ରାଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା