ରାଜପୁର ସରକାରୀ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ…

ଧର୍ମଗଡ, ୧୩/୧୨ (ନିକୁଞ୍ଜ ଚାଲାନ୍) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କୁଲ କର୍ତ୍ତୃପକ୍ଷ ରାଜପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଡୋ କରି ଦେବୀଙ୍କ ପୀଠରୁ ମଶାଲ ଆଣି ବାର୍ଷିକ କ୍ରୀଡା ଉତ୍ସବରେ ସ୍ଥାପନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ସ୍ଥାନୀୟ ସରପଞ୍ଚ ଗଜିନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ ମେହେର ବାର୍ଷିକ କ୍ରୀଡାର ମହତ୍ତ୍ୱ ଏବଂ ଉଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ, ସ୍କୁଲ ସଭାପତି ଦୁଷ୍ମନ୍ତ ଠେଲା, ପୋଟେସ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ ମାଝି ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ରୋଜାଲିନି ସାହୁ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଶିକ୍ଷକ ସୁବାଷ ଚନ୍ଦ୍ର ନାଏକ, କନ୍ଦର୍ପ ନାଏକ, ସନ୍ତୋଷ ପଣ୍ଡା, ଚାରୁଲତା ନାଏକ, ଲବକାନ୍ତ ଶବର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜିତ ବାର୍ଷିକ କ୍ରୀଡାରେ ଛାତ୍ରଛାତ୍ରୀଙ୍କଦ୍ୱାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷକ ହିମାଂଶୁ ପାତ୍ର, ବଲବନ୍ତ ନାଏକ, ଅନାଦି ଚୌଧୁରୀ, ସୁଭଦ୍ରା ଜେନା, ସତ୍ୟ ଚରଣ ଭୂୟାଁ, ରାଜକିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ ।