ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଥାନା ଘେରିଲେ ବିଜେପି କର୍ମୀ…

ସାଲେପୁର, ୧୩/୧୨ (ଅଭୟ ଜେନା) : କଟକ ସଦର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିତକୋଇଲି ବ୍ଲକ ଅଧିନସ୍ତ ମାଣପୁର ପଞ୍ଚାୟତରେ ଗତ ଦୁଇ ଦିନ ତଳେ ବିକଶିତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଡ଼ମ୍ବନାର ବିଷୟ ଏହି କାର୍ଯ୍ୟକ୍ରମ ବେଳେ ମାଣପୁର ପଞ୍ଚାୟତ ବିଜେଡି ସଭାପତି ମହମ୍ମଦ ରୁସ୍ତମଙ୍କ ଘରେ ରହୁଥିବା ଜନୈକ ମହିଳା ନବିନୀ ବାବୁ ଆମ ଫ୍ରେଣ୍ଡ ଗୀତରେ ନାଚିଥିଲା । ଏହାକୁ ପ୍ରତିବାଦ କରିବା ପାଇଁ କଟକ ସଦର ବିଜେପିର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ମହମ୍ମଦ ରୁସ୍ତମ ଏବଂ ତାଙ୍କ ଗୁଣ୍ଡବାହିନୀଙ୍କ ସହିତ କିଛି ମହିଳାଙ୍କୁ ନେଇ ଅତର୍କିତ ଭାବେ ବିଜେପି ନେତା ପ୍ରକାଶ ଚନ୍ଦ୍ର ସେଠି, ରାଜ୍ୟ କାରିଣୀ ସଦସ୍ୟା ପ୍ରତିଭା ଶତପଥି, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ରଶ୍ମି ରେଖା ଦାସ ଓ ଶତାଧିକ ବିଜେପି କର୍ମୀ ଆକ୍ରମଣର ଶିକାର ହୋଇଥିଲେ । ପୋଲିସ ଉପସ୍ଥିତିରେ ଏ ସବୁ ଘଟିଥିବା ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ପ୍ରକାଶ ସେଠୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ କିଶନନଗର ଥାନା ଘେରାଉ କରିବାସହ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।