ଓଡିଶା

ପୁରୁଣାବାନ୍ଧଗୋଡା ଗାଁ ମହୋତ୍ସବ ଉଦଯାପିତ…

ଘସିପୁରା, ୧୩/୧୨ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମରେ ୫୮ ତମ ଗାଁ ମହୋତ୍ସବ ଉଦଯାପିତ ହୋଇଯାଇଛି ।ପାଞ୍ଚଦିନ ଧରି ଅନୁଷ୍ଠିତ ମହୋତ୍ସବର ଚତୁର୍ଥ ଦିବସ ଅବସରରେ ଉତ୍ସବ କମିଟି ସଂଯୋଜକ ତଥା ଉକôଳ ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ. କାହ୍ନୁଚରଣ ଧୀରଙ୍କ ସଂଯୋଜନାରେ ପୂଜ୍ୟପୂଜା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହରାଷ୍ଟ୍ର ,ଯୁବ ଏବଂ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ମାନୀତ ଅତିଥି ଭାବେ ଏରସମା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ନିମନ୍ତ୍ରୀତ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, କାଳିଆପାଣି ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ସ୍ଥାନୀୟ ସରପଞ୍ଚ ସୁଧାରାଣୀ ଧୀର, ଘସିପୁରା ବିଡିଓ ମାନସରଂଜନ ସାମଲ, ଗାଁ ଉତ୍ସବ କମିଟି ସଭାପତି ସନ୍ତୋଷ କୁମାର ଧିର ପ୍ରମୁଖ ଉପସ୍ଥିତ ହୋଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁଷ୍ପଗୁଛ, ଉତ୍ତୋରୀୟ, ମାନପତ୍ର ସହ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଗାଁ ଉତ୍ସବ ଏବଂ ପୂଜ୍ୟପୂଜା ସମ୍ବର୍ଦ୍ଧନା ସମାରୋହ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ଏବଂ ସମ୍ପର୍କ ଯୋଡି ବାର ଏକ ପ୍ରକୃଷ୍ଠ ମାର୍ଗ ବୋଲି ଅତିଥି ମାନେ ନିଜର ବକ୍ତବ୍ୟରେ କହିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମଧ୍ୟରେ ଦେଶମାତୃକାର ସେବାରେ ନିୟୋଜିତ ଥିବା ସାହାସୀ ସିଆରପିଏଫ ଯବାନ ଅମରେଶ ଜେନା, ମୃଣୟୀ କାରିଗର ତପନ କୁମାର ରାଉତ, ସମାଜସେବା ନାରାୟଣ ସେନାପତି , ଫରେଷ୍ଟର ମଳୟ କୁମାର ସାହୁ, ସାମ୍ବାଦିକ ଅବିନାଶ ଶତପଥି, ରାଜନେତା ଦେବାଶିଷ ପାତ୍ର, ଏମବିବିଏସ ଛାତ୍ର ସ୍ୱଂୟ ପ୍ରକାଶ ସେନାପତି, ପରିବେଶବିତ ଶୋଭାକର ବେହେରା, ସାହିତି୍ୟକ ହଳଧର ଧିର ଏବଂ ଚଳିତ ବର୍ଷ ହାଇସ୍କୁଲ ମ୍ୟାଟ୍ରିକ ପରିକ୍ଷାରେ ଏ-୧ ଗ୍ରେଡରେ ପାସ୍ କରିଥିବା ସ୍ଥାନୀୟ ବଳରାମ ଧିର ହାଇସ୍କୁଲର ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସୌମେନ୍ଦ୍ର ଧୀର ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମର ସୁଜିତ ଧୀର, ଜିତେନ୍ଦ୍ର ପଟ୍ଟନାୟକ, ଅଜିତ କୁମାର ଧୀର, ସୁଦ୍ଧାଂଶୁ ପଟ୍ଟନାୟକ, ପ୍ରଭାସ ଦାସ, ରାଜେଶ ଦାସ, ସ୍ୱାଗତ ଧୀର, ଅର୍ଜୁନ ମଲ୍ଲିକ, ନାଣ୍ଡୁଚରଣ ଜେନା, ପ୍ରତାପ କୁମାର ଧିର, ପ୍ରଳୟ କୁମାର ଧିର, ଶିବଶଙ୍କର ଦାସ, ନିହାର ଧୁର, ବିଶ୍ୱଜିତ ଧୀର, ପ୍ରକାଶ ନାୟକ, ସୁରେଶ ମଲ୍ଲିକ, ପଙ୍କଜ ମାଝୀ, ସମ୍ବିତ ମାଝୀ, ଅର୍ନ୍ତଯ୍ୟାମି ମଲ୍ଲିକ, ପତିତପାବନ ମଲ୍ଲିକ, ଗଜେନ୍ଦ୍ର ଦଳେଇ, ଡମ୍ବୁରୁ ଦଳେଇ, ସମେତ ଗ୍ରାମର ଶତାଧିକ ଯୁବଗୋଷ୍ଠି ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ । ୫ଦିନ ଧରି ମିନାବଜାର, ଦୋଳି, ବିଭିନ୍ନ ସୌଖିନ ଜିନିଷର ପସରା ମେଲିଥିଲା, ଗ୍ରାମବାସୀଙ୍କ ମନୋରଂଜନ ପାଇଁ ଖୋଲା ମଞ୍ଚରେ ଅପେରା ପରିବେଷଣ ସହ ଅନେକ ନାମୀଦାମି ସିନେ କଳାକାର ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ପୂଜ୍ୟପୂଜା ସମ୍ବର୍ଦ୍ଧନା ସହ ଉତ୍ସବକୁ ସରସ ସୁନ୍ଦର କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା