ପିଲାମାନଙ୍କ ଅନ୍ତର୍ନିହିତ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ବୈଜ୍ଞାନିକ ମେଳାର ଉଦ୍ଦେଶ୍ୟ

ନୀଳଗିରି, ୧୩/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ କାଂଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଆନୁଷ୍ଠାନିକ ଭାବେ ବିଇଓଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ନୀଳଗିରି ବ୍ଳକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ସମ୍ମାନୀତ ଅତିଥି ଭାବେ ନୀଳଗିରି ଅତିରିକ୍ତ ଶିକ୍ଷାଧିକାରିଣୀ ଶାନ୍ତିଲତା ମହାନ୍ତି, ଲମ୍ବୋଦର ସିଂ, ବିଆରସିସି ମିହିର କୁମାର ଦାସ, ସିଆରସିସି କାର୍ତ୍ତିକ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁକାନ୍ତ ଦାସ, ବ୍ଳକ୍ ବିଜ୍ଞାନ ସଂଯୋଜନ ଓ ପରିଦର୍ଶକ ପ୍ରଶାନ୍ତ କୁମାର ବିଶ୍ୱାଳ ଯୋଗଦାନ କରି ବିଜ୍ଞାନ ଏବଂ ବୈଜ୍ଞାନିକ ସମ୍ପର୍କୀତ ତଥ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ନାୟକ ପିଲାମାନଙ୍କ ଅନ୍ତର୍ନିହିତ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରି ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ଆମର ଉଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିକ କାର୍ଯ୍ୟକ୍ରମରେ ନୀଳଗିରି ଗୋଷ୍ଠୀ ଶିକ୍ଷାଧିକାରିଣୀ ସ୍ନିଗ୍ଧା ପଣ୍ଡା ସଭାପତିତ୍ୱ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ବନେ୍ଦ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।
ଉଦଯାପନୀ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରିଣୀ ପ୍ରତିଭା ମଞ୍ଜରି ଦାସ, ସମ୍ମାନୀତ ଅତିଥି ଭାବେ ନୀଳଗିରି ବ୍ଲକ ବିଡ଼ିଓ ରାହୁଲ ମଣ୍ଡଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ବିଇଓ ସ୍ମିଗ୍ଧା ପଣ୍ଡା ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟତ୍ରୀଙ୍କୁ ଅନେକ ଉପାଦେୟ ତଥ୍ୟ ବକ୍ତବ୍ୟ ମାଧ୍ୟମରେ କହିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୪୮ ଟି ବୈଜ୍ଞାନିକ ପ୍ରଦର୍ଶନୀ ଷ୍ଟଲ ଦେଖିବାକୁ ମିଳିଥିଲା । ପରେ ମୁଖ୍ୟ ଅତିଥି ଷ୍ଟଲ ବୁଲି ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍ଟ ଦେଖିଥିଲେ । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ୫ଜଣ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସି.ଆର.ସି.ସି ହେମନ୍ତ ମହାପାତ୍ର, ରେଣ୍ଟା ସୋରେନ୍, ସୁସିଲ ବେହେରା, ଦୁଷ୍ମନ୍ତ ନାୟକ, ସନାତନ ପାଣିଆ, ଶିକ୍ଷକ ମନ୍ମଥ ମଲ୍ଲିକ୍, ରତିକାନ୍ତ ବେହେରା, ଦିଲ୍ଲୀପ ନାୟକ, ଭକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଶିକ୍ଷୟତ୍ରୀଙ୍କ ମଧ୍ୟରେ ନିରୁପମା ଦାସ, ପୁନ୍ୟାସା ଗୁଣ୍ଡିଆ, ସଚଳା ଜେନା, କହ୍ଲେଇ ସିଂ, ରଶ୍ମିରେଖା ମହାନ୍ତି, ଶ୍ରୀଦେବୀ ସେଠୀ, ଅଙ୍କିତା ବେହେରା, ଅଣଶିକ୍ଷକ କମଳ ଲୋଚନ ରଣା, ଶିବ ପ୍ରସାଦ ମହାନ୍ତି, ସୁବ୍ରତ କୁମାର ପାଢୀ ପରିଚାଳନାରେ ସହଯୋଗ କରିଥିଲେ ।