ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ…

ଘସିପୁରା,୧୩/୧୨ (ସ୍ମୃତି ରଞ୍ଜନ ବିହାରୀ) : ନୂଆ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଘସିପୁରା ବ୍ଲକ ସାଇଁକୁଳ ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଅଧ୍ୟକ୍ଷ ଶରତ କୁମାର ଜେନା ଏବଂ ଅମୂଲ୍ୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ସିଏମଡି ରାଜେନ୍ଦ୍ର କୁମାର ରାଉତ ଏବଂ ସାଇଁକୁଳ ପୂର୍ବତନ ସରପଂଚ ବିଭାଷ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଏଥିରେ +୩ ବିଭାଗର ମୁଖ୍ୟ ନୋଡାଲ ଅଧିକାରୀ ସୁବାସ କୁମାର ଘୋଷ ସମ୍ପାଦନ କରିଥିଲେ ।ଓଡିଶା ସରକାରଙ୍କ ସମନ୍ୱିତ ଯୁବ ଉନ୍ନୟନ କାର୍ଯ୍ୟକ୍ରମ ନୂଆ ଓଡିଶା ଯୋଜନାରେ ଛାତ୍ରଛାତ୍ରୀ ମାନେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନରେ ସ୍ଲୋଗାନ ଦେଇ ସାଇଁକୁଳ ବଜାର ପରିସର ପରିକ୍ରମା କରି ସଚେତନ କରିବା ସହିତ ଏ ସମ୍ପର୍କରେ ଡ୍ରାମା ଅଭିନୟ କରି ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ଲାଷ୍ଟିକ୍ ଆବର୍ଜନାକୁ କିପରି ପରିଚାଳନା କରିବେ ସେ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକମାନେ ପ୍ଲାଷ୍ଟିକ୍ ଆବର୍ଜନାର ଭୟାଭୟତା ବିଷୟରେ ବର୍ଣ୍ଣନା କରିବା ସହ ପରିବେଶ ଉପରେ ତାର କୁପ୍ରଭାବ ବିଷୟରେ ବର୍ଣ୍ଣନା କରିଥିଲେ । ଶେଷରେ ପ୍ଲାଷ୍ଟିକ୍ ଆବର୍ଜନା ନକରିବା ପାଇଁ ସମସ୍ତେ ଶପଥ ନେଇଥିଲେ । ସାମାଜିକ ସେବା କାର୍ଯ୍ୟକ୍ରମ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।