ନୂଆ ଓଡ଼ିଶା ନବୀନ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ, ୧୩/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କଂହର ଯୋଗଦେଇ ନୂଆ ଓଡିଶା, ନବୀନ ଓଡିଶାର ସ୍ୱପ୍ନକୁ ସମସ୍ତେ ସାକାର କରିବା ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଟିକାବାଲି ଥାନା ସବ୍ ଇନସ୍ପେକ୍ଟର ଶ୍ରୀ ସଞ୍ଜୟ କୁମାର ସ୍ୱାଇଁ, ସମିତି ସଭ୍ୟ ଶ୍ରୀ ମନୋଜ ଦଳବେହେରା, ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ଅମୂଲ୍ୟ ସାବତ ଯୋଗ ଦେଇଥିଲେ । ଏଥିରେ ନୋଡାଲ ଅଫିସର ଅଧ୍ୟାପକ ରତନ ଦିଗାଲ, ଜ୍ଞାନ ରଞ୍ଜନ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଦଳଗତ ଓ ଏକକ ନୃତ୍ୟ ପରିବେଷଣ କରିବା ସଙ୍ଗେ ସଙ୍ଗେ ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା । ଅଧ୍ୟାପକ ଗିଦ୍ୟାନ ଦିଗାଲ ଓ ସୁମନ ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବିଚାରକ ଭାବେ ଅଧ୍ୟାପକ ବିକାଶ ମୁଖି, ଅଧ୍ୟାପିକା ନିବେଦିତା ଭୋଇ, ସଂଘମିତ୍ରା ଦାସ, ସ୍ମିତାରାଣୀ ସାହୁ, ମୀରାମ୍ବିକା କାର୍ଯ୍ୟ କରିଥିଲେ । ଏହାକୁ ଛାତ୍ର ରୁଦ୍ର, ସୋମନାଥ, ଅଶ୍ୱିନୀ, ଛାତ୍ରୀ ଜ୍ୟୋତି, ଅଞ୍ଜଳିଙ୍କ ସମେତ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।