ଜଗତସିଂହପୁରର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୁତି ଭୂଷଣ ଦାସଙ୍କ ଏକାଦଶାହ ପାଳିତ…

ଜଗତସିଂହପୁର, ୧୩/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ମଇଁନ୍ଦିପୁର ଗ୍ରାମର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ସ୍ୱର୍ଗତ ବିଭୂତି ଭୂଷଣ ଦାଶଙ୍କ ଏକାଦଶାହ ତଥା ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ଦକ୍ଷ ଆୟୁର୍ବେଦ ଚିକିତ୍ସକ, ରାଜନୀତିଜ୍ଞ ଓ ସମାଜସେବୀ ହିସାବରେ ବହୁ ସୁନାମ ଅର୍ଜନ କରିଥିଲେ । କବିରାଜ ବିଭୂତି ଭୂଷଣ ଦାଶ ଜଣେ ମିଷ୍ଟଭାଷୀ ଓ ସରଳ ପ୍ରକୃତିର ମଣିଷ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ସେ ଲୋକପ୍ରିୟ ହୋଇପାରିଥିଲେ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ତାଙ୍କର ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।