ଖଣି ବିଭାଗର ଚଢାଉ, ଚୋରା ବାଲି ଗାଡି ଜବତ…

କଳାହାଣ୍ଡି, ୧୩/୧୨ (ରଜତ ପଟ୍ଟନାୟକ) : କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରେ ଖଣି ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ । ପେଟ୍ରୋଲିଂବେଳେ ବେଆଇନ୍ ଚୋରା ଚାଲାଣରେ ବ୍ୟବହୃତ ଟ୍ରାକ୍ଟରକୁ ଜବତ କଲା ଖଣି ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଭବାନୀପାଟଣା ଖଣି ବିଭାଗ ଅଧିନରେ ଥିବା ଖଣି ଅଧିକାରୀ ମୁରଲୀ ନାୟକ । ସୂଚନା ଅନୁସାରେ ଗାଡ଼ିଟି ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଝିକୀମିକି ଘାଟରୁ ଚୋରା ବାଲି ଆଣୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଖଣି ବିଭାଗ ଚଢାଉ କରିଥିବା ଜଣାପଡିଛି । ଜବତ ଗାଡ଼ି ନମ୍ବର ହେଉଛି OD08H1264 ।