ଓଡିଶା

କେନ୍ଦ୍ର ସରକାରଙ୍କ ଜନସଚେତନ ରଥରେ ବାଜୁଛି ବିଜେଡି ଗୀତ, ଅଭିଯୋଗ କରି ବିଡିଓଙ୍କୁ ଦାବିପତ୍ର ଦେଲା ବିଜେପି…

ସାଲେପୁର, ୧୩/୧୨ (ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ବିଷୟରେ ପ୍ରଚାର କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକ ପକ୍ଷରୁ ଏହି ରଥ ପରିକ୍ରମା ପାଇଁ ନିଷ୍ପତି ନିଆଯାଇଥିଲା । ଲକ୍ଷ୍ୟ ଥିଲା ପ୍ରତ୍ୟେକ ପଞ୍ଚାୟତରେ ବ୍ଲକ ପ୍ରଶାସନ କିଭଳି ସୁଚାରୁରୂପେ ଏହି ରଥ ବୁଲିବ ଓ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ସେଥିପ୍ରତି ଦୃଷ୍ଟି ଦେବେ । ଏହାର ଦାୟିତ୍ୱ ନେଇଥିଲେ ବ୍ଲକ ପ୍ରଶାସନ । ତେବେ ଜାଣିଶୁଣି ଅତି ଚତୁରତାର ସହିତ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ ବାହାନାରେ ବିଜେଡି ସରକାରଙ୍କ ପ୍ରଚାର ପାଇଁ ଚଞ୍ଚକତା କରିବା ଘଟଣା ପଦରେ ପଡିବାରୁ, ଏବେ ହରଡ଼ ଘଣାରେ ବ୍ଲକ ପ୍ରଶାସନ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବାପାଇଁ, ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ପ୍ରସ୍ତୁତ ଏହି ଗୀତକୁ ବ୍ୟବହାର କରାଯିବାରୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହି ଗୀତକୁ ବ୍ୟବହାର କରି ବିଜେଡିର ପ୍ରଚାର ପ୍ରସାର କରୁଥିବା ବ୍ଲକ ପ୍ରଶାସନ ବିରୁଦ୍ଧରେ ଅଭିଯୋଗ ଆଣିଛି ବିଜେପି ।
ଏନେଇ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ଏହାର ତଦନ୍ତ ଦାବି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଶ୍ଚିନ୍ତକୋଇଲି ବିଡ଼ିଓଙ୍କୁ ଏକ ଦାବିପତ୍ର ବିଡିଓ ଅନୁପସ୍ଥିତରେ ଏବିଡିଓଙ୍କୁ ଦିଆଯାଇଛି । ଯଦି ବିଡ଼ିଓ ଏ ଦିଗରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନ ନେବେ ତେବେ ଆଗାମୀ ଦିନରେ ଆନେ୍ଦାଳନ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଅଭିଯୋଗ ପାଇବା ପରେ ତଦନ୍ତ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା