୩ ଝିଅଙ୍କୁ ଛାଡି ପର ପୁରୁଷ ସହ ମା’ ଫେରାର..

ସାଲେପୁର, ୧୨/୧୨ (ଅଭୟ ଜେନା) : ନିଜର ୩ଟି ନାବାଳିକା କନ୍ୟା ସନ୍ତାନଙ୍କୁ ଛାଡି ମାଆ ଫେରାର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କେଣ୍ଟାଳୋ ଗାଁର ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଗତ ଗୁରୁବାର ରାତିରେ ଜନୈକ ମହିଳା ବାହାରକୁ ଶୌଚହେବାକୁ ଆସି କେଉଁଆଡ଼େ ଫେରାର ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଫେରାର ମହିଳାଙ୍କ ସ୍ୱାମୀ । ଫେରାର ମହିଳାଙ୍କ ନାଁ ଲିଲି ପ୍ରଧାନ । ଲିଲିକୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଇ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ତାର ଘର ଲୋକେ । ତେବେ ୩ଟି ନାବାଳିକା କନ୍ୟାଙ୍କୁ ଛାଡି ଲିଲି ଜଣେ ମାଆ ହୋଇ କିପରି ଅନ୍ୟଜଣେ ପରପୁରୁଷ ସହ ଚାଲିଗଲା କିମ୍ବା ତାଙ୍କୁ ଜୋର ଜବରଦସ୍ତ ଅପହରଣ କରାଯାଇଛି ଏନେଇ ତଦନ୍ତ କରି ଲିଲିଙ୍କୁ ଫେରାଇ ଆଣିବା ପାଇଁ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି ଘରଲୋକେ । ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।