ଲୋକଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଠିତ ହେଲା ଗ୍ରାମାଞ୍ଚଳ ସୁପର ମିନାବଜାର

ଜଗତସିଂହପୁର, ୧୨/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ମୁଳିସିଂହ ହାଇସ୍କୁଲ ପଡିଆ ଠାରେ ଗ୍ରାମାଞ୍ଚଳ ସୁପର ମିନାବଜାର ଉଦଘାଟିତ ହୋଇଯାଇଛି । ମିନାବଜାର ଆୟୋଜକ ପ୍ରଶାନ୍ତ କୁମାରଙ୍କ ନେତୃତ୍ୱରେ ପ୍ରତିବର୍ଷ ଏହି ମିନାବଜାର ଅନୁଷ୍ଠିତ ହୋଇ ଆସୁଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବ୍ଲକର ଜିଲ୍ଲା ପରିଷଦ ସୁଶୀଲ କୁମାର ଓ ସ୍ଥାନୀୟ ସରପଞ୍ଚ ସଫିଆ ଆଜାମଙ୍କ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ମିନାବଜାରକୁ ଉଦଘାଟନ କରିବା ସହିତ ମେଳା ବୁଲି ଦେଖିଥିଲେ । ପରେ ମଧ୍ୟ ଅତିଥିମାନେ ଡ୍ରାଗନ ଦୋଳିରେ ବସି ଏହାର ମଜା ନେଇଥିଲେ । ଏହି ମିନାବଜାରରେ ଘରକରଣା ଜିନିଷ ସହିତ, ବିଭିନ୍ନ ପ୍ରକାର ମନୋହରୀ ଜିନିଷ, ଚଟପଟି ଖାଦ୍ୟ ଓ ମନୋରଞ୍ଜନ ପାଇଁ ଅନେକ ପ୍ରକାର ଖେଳନା ମଧ୍ୟ ରହିଛି । ଏହି ମେଳା ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କହିଛନ୍ତି ।