ଓଡିଶା

୬୪ ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ୱରୀ ଫୁଟବଲ୍ ଟୁର୍ନାମେଂଟ୍ ଉଦଯାପିତ…

ବୌଦ୍ଧ, ୧୧/୧୨ (ସଚ୍ଚିକାନ୍ତ ସୁନା) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍ ଘଂଟାପଡ଼ାସ୍ଥିତ ସମଲେଶ୍ୱରୀ ହାଇସ୍କୁଲର ଆଦର୍ଶ ଖେଳ ପଡ଼ିଆରେ ଚାଲିଥିବା ୬୪ ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ୱରୀ ଫୁଟବଲ୍ ଟୁର୍ନାମେଂଟ୍ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ବୌଦ୍ଧ ଜିଲ୍ଲାର ଟାଟରକେଲାକୁ ହରାଇ ବରଗଡ଼ ଦଳ ଚଳିତବର୍ଷ ଚମ୍ପିଆନ ହୋଇଛି । ରବିବାର ଫାଇନାଲ ମ୍ୟାଚରେ ଟାଟରକେଲା ସହିତ ବରଗଡ଼ଦଳ ମଧ୍ୟରେ ଖେଳ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ବରଗଡ଼ଦଳ ଟ୍ରାଇବ୍ରେକର ଜରିଆରେ ୩-୨ ଗୋଲ ବ୍ୟବଧାନରେ ଟାଟରକେଲାକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଆୟୋଜିତ ମ୍ୟାଚରେ ମୁଖ୍ୟ ଅତିଥିଭାବେ କଂଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ସେହିପରି ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଉପାଧ୍ୟକ୍ଷ ଅଜିତ ସାହୁ, ବିଜେପି ଯୁବନେତା ଓମ୍ ପ୍ରକାଶ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣପ୍ରସାଦ ସରପଂଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ବରଗାଁ ପଂଚାୟତ ପ୍ରତିନିଧି ପିନାକ ଧର ରଣା, ବିଜେପି ଆଦିବାସୀ ମଣ୍ଡଳ ସଭାପତି ଗୋପିନାଥ କହଁର, ଜମିଦାର ବସନ୍ତ ମାଝୀ, ଘଂଟାପଡ଼ା ପ୍ୟାକ୍ସ ସଭାପତି ମାନୁ ରଣା, କୁଲୁତାଯୋର, ପ୍ୟାକ୍ସ ସଭାପତି ହିମାଂଚଳ ରଣା, ଶିକ୍ଷାବିତ ମନ୍ଦରଧର ବେହେରା, ସୁଶାନ୍ତ ମାଝୀ, ଥାନା ଏସ୍ଆଇ ବିଶ୍ୱାମିତ୍ର ଲୋଇ, ବରିଷ୍ଠ ଓକିଲ ମନୋଜ ଶର୍ମା ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ମ୍ୟାଚର ବିଜେତା ଓ ଉପ-ବିଜେତା ଦଳଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ । ଉକ୍ତ ମ୍ୟାଚଗୁଡିକୁ ସଂଜୀବ ସାହୁ, ଅଶୋକ ବଗର୍ତୀ, ସୁଶାନ୍ତ ନାଏକ ଓ ବିରେନ୍ଦ୍ର ରଣା ଖେଳ ପରିଚାଳନା କରିଥିଲେ । ସେହିପରି ଶିକ୍ଷାବିତ ମନ୍ଦରଧର ବେହେରା, ଦେବେନ୍ଦ୍ର ରଣା ଓ ଅଗସ୍ତୀ ମଲିକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ପପୁନ ପାଣିଗ୍ରାହୀ ଓ ଯୋଗେଶ୍ୱର ବାଇ ସ୍କୋରର ଦାୟିତ୍ୱ ତୁଲାଇଥିଲେ । କମିଟି ଉପଦେଷ୍ଟା ଗିରିଧର ଦେହୁରୀ ଓ ମ୍ୟାନେଜର ବସୁଦେବ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘଂଟାପଡ଼ା ଏସ୍.ଏସ୍. ସ୍ପୋର୍ଟିଙ୍ଗର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା