ଓଡିଶା

ହିନ୍ଦୋଳ ଚକ୍ଷୁ ଚିକିତ୍ସାଳୟର ବିକଳ ଚିତ୍ର; ଚିକିତ୍ସାଳୟରେ ଝୁଲୁଛି ତାଲା

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ଚକ୍ଷୁ ବିଭାଗର ଚକ୍ଷୁ ହିନତା । ରହିଛି ଚକ୍ଷୁ ଚିକିତ୍ସାଳୟ, ହେଲେ ସେଥିରେ ଝୁଲୁଛି ତାଲା । ୧୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟର ବିକଳ ଚିତ୍ର ବୟାନ କରୁଛି ସ୍ୱାସ୍ଥ୍ୟ ବିଭାଗର ଉନ୍ନତିକରଣ ଚିକିତ୍ସା ପଦ୍ଧତିର ଗୁମୁର । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଗତ ୨୦୦୪ ମସିହାରେ ତତ୍କାଳୀନ ବିଧାୟିକା ଅଞ୍ଜଳି ବେହେରାଙ୍କ ସମୟରେ ସ୍ୱର୍ଗତ ମନ୍ତ୍ରୀ କାଳନ୍ଦି ଚରଣ ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ୧୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସାଳୟ । ଏବେ ଏହି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର, କର୍ମଚାରୀ ଓ ଯନ୍ତ୍ରାଂଶ ନଥିବାରୁ ସେଥିରେ ତାଲା ଝୁଲୁଛି ।

ଆଉ ସବୁଠାରୁ ବଡ ଦୁଃଖର ବିଷୟ ଯେ, ବିଜେଡି ସରକାରଙ୍କ ଅଧୀନରେ ଶାସକ ଦଳ ପକ୍ଷରୁ ଦୁଇ ଦୁଇ ଥର ହିନେ୍ଦାଳ ଜନସାଧରଣଙ୍କ ବିଶ୍ୱାସ ବଳରେ ନିର୍ବାଚିତ ବିଧାୟିକା ସୀମାରାଣୀ ନାୟକ ମଧ୍ୟ ଏହି ଅଚଳ ହୋଇ ପଡ଼ିଥିବା ଚକ୍ଷୁ ବିଭାଗକୁ ଅଗୋଚରରେ ରଖିବା ଘଟଣା ଜନସାଧାରଣଙ୍କ ମଧ୍ୟରେ ଆଲୋଚ୍ୟର ବିଷୟ ପାଲଟିଛି ।

ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ କୌଣସି ଫଳକ ନଥିବାରୁ ଡାକ୍ତରଖାନା ପରିସର ଏବେ ନିଜର ଅସ୍ତିିତ୍ୱ ହରାଇ ବସିବା ଭଳି ମନେ ହେଉଛି । ସରକାରଙ୍କ ୫ଟି ଅନୁମୋଦନକ୍ରମେ ମୋ ଡାକ୍ତରଖାନା ଯୋଜନାରେ ଦୀର୍ଘ ୪/୬ ମାସ ହେବ ଡାକ୍ତରଖାନାର ନାନା ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ଚାଲୁ ରହିଥିଲେ ହେଁ ବିଭିନ୍ନ ବିଭାଗୀୟ ଡାକ୍ତର ଅଭାବ, ଷ୍ଟାଫ, ନର୍ସ ସମସ୍ୟା ସାଙ୍ଗକୁ ଆବଶ୍ୟକ ଡାକ୍ତରୀ ଉପକରଣ ନଥିବାରୁ ବହୁ ସମୟରେ ଉପଖଣ୍ଡର ବିଭିନ୍ନ ଅଂଚଳର ଗରିବ ଜନସାଧରଣ ଅଯଥା ଖର୍ଚ୍ଚାନ୍ତ ହୋଇ ଦୂର ଦୁରାନ୍ତ ଡାକ୍ତରଖାନା ତଥା ଘରୋଇ ନର୍ସିଂହୋମମାନଙ୍କରେ ଚିକିତ୍ସିତ ହେଉଛନ୍ତି ।
ଦୀର୍ଘ ୨/୩ ବର୍ଷ ବ୍ୟବଧାନ ପରେ ଜଣେ ବିଭାଗୀୟ ଡାକ୍ତର ଗତବର୍ଷ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ କାର୍ଯ୍ୟରେ ଯୋଗ ଦେବା ପରଠାରୁ ସେ ଛୁଟିରେ ରହିଥିବା ଜଣାପଡିଛି । ସେହିଭଳି ଏଠାରେ କାର୍ଯ୍ୟରତ ଅପଥଲିକ ଆସିଷ୍ଟାଂଟ୍ ଜଣଙ୍କୁ ଅବସର ଗ୍ରହଣ କରିବା ପରେ ପୁନଃବାର ଥଇଥାନ କରାଯାଇଥିଲେ ମଧ୍ୟ ଦୀର୍ଘ ୮ ମାସ ଧରି ତାଙ୍କର ବକେୟା ପ୍ରାପ୍ୟ ଡାକ୍ତରଖାନା ପରିଚାଳକ ପ୍ରଦାନ କରି ନଥିବା ଜଣାପଡ଼ିଛି । ଏବେ ବନ୍ଦ କୋଠରୀରେ ଅସ୍ତ୍ରପ୍ରଚାର୍ ଯନ୍ତ୍ରାଂଶ ସମେତ ଅନ୍ୟାନ ଉପକରଣ ଗୁଡିକ କେବଳ ଖତ ଖାଉଛି ।
ପ୍ରାୟ ୧୦ ବର୍ଷ ତଳେ ଏଠାରେ ଜିଲ୍ଲା ଅନ୍ଧତ୍ୱ ଦୂରୀକରଣ ସଂସ୍ଥା ସହଯୋଗରେ ଚକ୍ଷୁ ଅସ୍ତ୍ରପୋଚାର ଶିବିରର ଆୟୋଜନ କରାଯାଇଥିଲା । ତା ପରଠାରୁ ସମୟେ ସମୟେ ବିଭିନ୍ନ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ପକ୍ଷରୁ ବାହାରେ କେବଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହେଉଛି । ତେବେ ସଂପୂର୍ଣ୍ଣ ଭାବେ ୧୦ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ଅଚଳ ଅବସ୍ଥାରେ ପଡି ରହିବା ଫଳରେ ତାହା ନିଜର ଅସ୍ତିତ୍ୱ ହରାଉଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଂଚଳବାସୀ । ଏହା ସହ ଉକ୍ତ ଚକ୍ଷୁ ଚିକିତ୍ସାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଏବଂ ଜନସାଧାଣଙ୍କ ମହଲରେ ଦୃଢ ଦାବି ଉଠିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା