ରାସ୍ତା ସମ୍ପ୍ରସାରଣ ନାଁରେ ବରହମପୁର ତେନ୍ତୁଳିଆ ରାସ୍ତା ପାଲଟିଛି ମରଣଯନ୍ତା…

ନୀଳଗିରି, ୧୧/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ଅଧୀନସ୍ଥ ବରହମପୁର ତେନ୍ତୁଳିଆ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମ୍ପ୍ରସାରଣ କରାଯାଉଛି । ଦୀର୍ଘଦିନ ଧରି ରାସ୍ତା ସମ୍ପ୍ରସାରଣ ପାଇଁ ପିଚୁ ପାଖରୁ ଖୋଳି ଦିଆଯାଇଥିବାବେଳେ ଏଠାରେ କାର୍ଯ୍ୟ କରାଯାଉନଥିବା ଯୋଗୁଁ ପ୍ରତ୍ୟହ କେହି ନା କେହି ଖାଲରେ ପଡି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି । ଗାତ ଖୋଳି ଦେଇ ଚମ୍ପଟ ମାରିଲା ଆରଡି ବିଭାଗ. ଫଳ ଭୋଗୁଛନ୍ତି ରାସ୍ତାରେ ଯାତାୟତ କରୁଥିବା ବାଟୋଇ । ଆରଡି ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କରିବା ନାଁରେ ୧ ବର୍ଷରୁ ଉଦ୍ଧ୍ୱର୍୍ୱ ସମୟ ହେବ ତେନ୍ତୁଳିଆଠାରୁ ଧପଡା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଜେସିବି ସହାଯ୍ୟରେ ୩ ଫୁଟରୁ ଉର୍ଦ୍ଧ୍ୱ ଖୋଳି ଦେଇ କାମ ଅଧପନ୍ତରିଆ ପକାଇ ବିଭାଗୀୟ କତୃପକ୍ଷଙ୍କ ଦେଖାନାହିଁ । ଉକ୍ତ ରାସ୍ତା ଉପରେ ଆଖପାଖ ୪ରୁ ୫ଟି ପଂଚାୟତର ଲୋକ ନିର୍ଭରଶୀଳ ହୋଇଥିବା ବେଳେ ଦୈନଦିନ ହଜାର ହଜାର ଗାଡି ଉକ୍ତ ରାସ୍ତା ଦେଇ ଯାତାୟତ କରନ୍ତି । ଅନ୍ଧାର ରାତିରେ ପ୍ରତ୍ୟକ ଦିନ କେହି ନା କେହି ଏହି ଖାଲ ମାନଙ୍କରେ ଗୁଡିକରେ ପଡି ଗୁରୁତର ଆହତ ହୋଇ ଘରକୁ ଫେରୁଛନ୍ତି । ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଅଭିଯୋଗ କରୁଥିଲେ ସୁଦ୍ଧା ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ଅନୁରୂପ ଭାବେ ନୀଳଗିରି ବ୍ଲକ ଜଡିବାଲିଠାରୁ ସାତଖାଲିଆ ରାସ୍ତା ମଧ୍ୟ ଦୀର୍ଘବର୍ଷ ହେବ ସମ୍ପ୍ରସାରଣ ନାଁରେ ଖୋଳା ହୋଇପଡିଛ । ଉକ୍ତ ଖାଲଗୁଡିକରେ ଏବେ ପାଂଚ ଫୁଟ ଉଚ୍ଚର ଗଛ ଉଠିଗଲାଣି. ହେଲେ ବିଭାଗୀୟ ଅଧିକାରୀଙ୍କ ନିଦ୍ରା ଏଯାବତ ଭାଙ୍ଗିନାହିଁ ।ତେବେ ଦେଖିବାକୁ ବାକି ରହିଲା କେବେ ସରକାରୀ ବାବୁ ମାନେ ତପ୍ତରତା ଦେଖାଇ ଅସମ୍ପୂର୍ଣ୍ଣ ଥିବା ରାସ୍ତା ଗୁଡିକୁ ସମ୍ପୂର୍ଣ୍ଣ କରୁଛନ୍ତି ।