ମଣ୍ଡି ନ ଖୋଲିବାରୁ ଆନ୍ଧ୍ର ବେପାରୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରୁଛନ୍ତ ଚାଷୀ…

ଗଜପତି, ୧୧/୧୨ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲାରେ ବର୍ତମାନ ଖରିଫ ୠତୁର ଧାନ ଅମଳ ସମୟ ହୋଇଛି । ବାତ୍ୟା ଭୟରେ ଚାଷି ଧାନ ଅମଳ ମେସିନ ଦ୍ୱାରା କରିଛି । ଝିପ ଝିପ ବର୍ଷା ଯୋଗୁଁ ଚାଷୀଙ୍କ କଟା ହୋଇଥିବ । ଧାନ ବିଲରେ ଭିଜି ପଡିଛି । ଆଉ କିଛି ଚାଷି ଧାନ ବିଲରୁ ଆଣି ଖଳାରେ ଗଦା କରିଛି । ମେସିନି ଦ୍ୱାରା ଅମଳ ହୋଇଥିବା ଧାନ ବର୍ତମାନ ମଣ୍ଡି ଖୋଲା ହୋଇ ନ ଥିବାରୁ ଚାଷି ବାଧ୍ୟ ହୋଇ ଆନ୍ଧ୍ରବେପାରୀଙ୍କୁ ଶାଗ ମାଛ ଦରରେ ନିଜର ଧାନ ବିକ୍ରି କରୁଛନ୍ତି । କିଛି ମାସ ତଳେ ଛୋଟ ଧାନ ପାଚିଲା ଧାନ ଆନ୍ଧ୍ର ବେପାରୀଙ୍କୁ ଶାଗ ମାଛ ଦରରେ ବିକ୍ରି କରିଥିବା ବେଳେ ବର୍ତମାନ ପୁଣି ଆନ୍ଧ୍ର ବେପାରୀଙ୍କୁ ହାତ ଟେକି ଦେଇଛନ୍ତି । ମଣ୍ଡି ଖୋଲି ନଥିବା ଯୋଗୁଁ ଚାଷୀ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ।