ଭୁସୁଡ଼ିଲା ନିର୍ମାଣାଧୀନ କେନାଲ ବ୍ରିଜ; ଅଳ୍ପକେ ବର୍ତିଲେ ଶ୍ରମିକ

ନୀଳଗିରି, ୧୧/୧୨ (ସଚିଦାନଁଦ ପାତ୍ର) : ନଦୀ ସଂଯୋଗୀକରଣ ଯୋଜନାରେ ହେଉଥିବା କେନାଲରର ଏକ କଲଭର୍ଟର ପାର୍ଶ୍ୱ ପିଲାର ଭୁଶୁଡ଼ି ଯିବାରୁ ଅଳ୍ପକେ ବର୍ତୀଯାଇଛନ୍ତି ଶ୍ରମିକ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡିଆ ନିକଟରେ । ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲରେ ଅସ୍ତିଆ ଛକ ନିକଟରେ ନିର୍ମାଣାଧିନ ବ୍ରିଜ ସକାଳେ ଭୁସୁଡ଼ି ଯାଇଛି । ଏଥିରେ କେନାଲ ଉପରେ ନିର୍ମାଣାଧୀନ ବ୍ରିଜର କଟଅଫ ୱାଲଟି ସଂପୂର୍ଣ୍ଣ ଭାବେ ଗଡି ଧରାସାୟୀ ହୋଇ ଯାଇଛି । ସୂଚନାରୁ ଜଣାଯାଇଛି ଏଠାରେ ଏକ ବ୍ରିଜ ପାଇଁ ଦୁଇଟି କଟ ଅଫ ୱାଲ୍ ଓ ଚାରିଟି ପିଲାର କେନାଲ ମଧ୍ୟରେ ନିର୍ମାଣଧିନ ରହିଛି । ତେବେ ବିଳମ୍ବିତ ରାତିରେ ପଶ୍ଚିମ ପାଖ କଟଅଫ ୱାଲଟି ଭୁଶୁଡି ପଡିଥିବା ଦେଖାଯାଇଛି । ଏ ସଂପର୍କରେ ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି ଯେ, ଏଠାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଭବିଷ୍ୟତରେ ଯେମିତି ଏଭଳି ପରିସ୍ଥିତି ନଘଟୁ ସେଥିପାଇଁ ରାଜ୍ୟ ସରକାରଙ୍କୁ ତଦନ୍ତ ପୂର୍ବକ ଦୃଢ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଂଚଳବାସୀ ।