ଓଡିଶା

ବିବେକାନନ୍ଦ ଶିକ୍ଷକେନ୍ଦ୍ରରେ ବିଜ୍ଞାନ ମେଳା ଅନୁଷ୍ଠିତ…

ସାଲେପୁର, ୧୧/୧୨ (ଅଭୟ ଜେନା) : କଟକ ଜିଲ୍ଲା ସାଲେପୁର ବ୍ଲକର ଗୁଜରପୁରଠାରେ ଅବସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ରାଉତ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ କବି ଉଦୟ କେଶରୀ ବର୍ମା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ମେଳାର ତାତ୍ପର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଭାତ ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ମହାପାତ୍ର, ଅନ୍ନପୂର୍ଣ୍ଣା ସିଂହ, ନିଶାଦ ଅଞ୍ଜୁମ, ତରୁମ ବେଗମ, ଜୟନ୍ତୀ ନାୟକ, ଚପଳା କର, ଲକ୍ଷ୍ମୀପ୍ରିୟା ବେହେରା, ହେମନ୍ତ ପଣ୍ଡା, ବର୍ଷାରାଣୀ କାହାଳି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଚାରକ ଭାବେ ଭାଗ୍ୟଲକ୍ଷ୍ମୀ ପରିଡା, ଦୀପକ ଦାସ, ଦୀପ୍ତି ରଞ୍ଜନ ଦାସ ଯୋଗ ଦେଇଥିଲେ । ଶେଷରେ ଅଭୟ ଶଙ୍କର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା