ଫାଇନାଲରେ ହିନ୍ଦୋଳ ଏକାଦଶକୁ ହରାଇ ବଡ କନ୍ତୁକୋଳ ଚମ୍ପିୟାନ

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତର ନୂଆକୋଟ ଏମବିସି କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ମା ବିଂଝେଶ୍ୱରି କପ୍ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ହିନ୍ଦୋଳ ଏକାଦଶକୁ ପରାସ୍ତ କରି ବଡ କନ୍ତୁକୋଳ କ୍ରିକେଟ କ୍ଲବ୍ ଚମ୍ପିୟାନ । ଏହି ଅବସରରେ ୩ ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟ ସୀମିତ ଓଭରରେ ବଡ କନ୍ତୁକୋଳ ବିଜୟ ହୋଇଥିବା ବେଳେ ଗୋଟିକରେ ହିନ୍ଦୋଳ ଏକାଦଶ ବିଜୟ ହୋଇଥିଲା । ବଡ କନ୍ତୁକୋଳର କଂଟିଆ, ଫାଇନାଲର ଶ୍ରେଷ୍ଠ ଖେଳାଳି ବବେଚିତ ହୋଇଥିଲେ । ସେହିଭଳି ହିନ୍ଦୋଳ ଏକାଦଶର ଶୁଭେନ୍ଦୁଙ୍କୁ ଟୁର୍ଣ୍ଣାମେଂଟର ଶ୍ରେଷ୍ଟ ଖେଳାଳି ବିବେଚନା କରାଯାଇଥିଲା । ଏଥିରେ ଅମ୍ପାୟାର ଭାବେ ଶିକୁଲ ଓ ଜୁଲୁ ଦାୟିତ୍ୱ ସମ୍ଭାଳିଥିଲେ । ସୌମ୍ୟ, ହାପି, ପିଙ୍କୁ ଧାରା ବିବରଣୀ ପ୍ରଦାନ କରିଥିଲେ ।
ଫାଇନାଲ ମ୍ୟାଚର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଉଁଶପୋଖରୀ ପଂଚାୟତ ସରପଂଚ ରଣଜିତ୍ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଂଚଳର ୧୬ଟି ଦଳକୁ ନେଇ ଚଳିତ ମାସ ୧ ତାରିଖରୁ ଟୁର୍ଣ୍ଣାମେଂଟ୍ ଆରମ୍ଭ ହୋଇଥିଲା । କ୍ଲବର ଅଶକ, ପ୍ରଦୁମ୍ନ, କୁଶ, ଟିମନ ପ୍ରମୁଖ ମ୍ୟାଚ୍ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।