ଡ଼ ବିରେନ୍ ସାହୁଙ୍କଦ୍ୱାରା ସମ୍ବର୍ଦ୍ଧିତ ହେଲେ ଦୁଇ ଶିକ୍ଷକ…

କନ୍ଧମାଳ, ୧୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ନବଦୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯେଏନଭି ଆଲୁମିନି ଆସୋସିଏସନ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉଦ୍ଧ୍ୱର୍ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦାନ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ସମାଜ ପାଇଁ ବିଭିନ୍ନ କ୍ଷେତ୍ରରେ ସମାଜ ମଙ୍ଗଳ କାର୍ଯ୍ୟ କରି ପ୍ରଶଂସିତ ହୋଇଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଔଘଠଚଇଇ ତରଫରୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ସମାରୋହରେ ଖଜୁରୀପଡ଼ା ବ୍ଲକର ଆର. ନୂଆ ଗାଁରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସୁର ପ୍ରସାଦ ନାୟକଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଅନେକ ସମୟରେ ଶିକ୍ଷା ବୃତି ପରିବର୍ତ ସମୟରେ ଅନେକ ପ୍ରକାର ଜନହିତ କାର୍ଯ୍ୟକ୍ରମ ତଥା ସମାଜର ମଙ୍ଗଳ ନିମନ୍ତେ ଗରିବ ନିରୀହ ଜନ ସାଧାରଣମାନଙ୍କୁ ନିଜ ଝାଳ ବୁହା ଅର୍ଥରେ କାହାକୁ ଶୁଖିଲା ଖାଦ୍ୟ ଦିଅନ୍ତି ତ ଆଉ କାହାକୁ ଶୀତ ବସ୍ତ୍ର ଦିଅନ୍ତି ତ ଆଉ କେଉଁଠି ଅର୍ଥର ସାହାଯ୍ୟ କରି ସାଧାରଣ ଲୋକଙ୍କ ମନ ଜିତିଥାଆନ୍ତି । ସେହିପରି ଶିକ୍ଷକ ସିମାଂଚଳ ମୁଖିଙ୍କୁ ମଧ୍ୟ ଡ. ବିରେନ ସାହୁଙ୍କଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହାସହିତ ବିଦ୍ୟାଧର ମେହେରଙ୍କ ସମେତ ଅନେକ ଆଲୁମୁନିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।