ଟ୍ୱିନ୍ ସିଟିରେ “ଫିଟନେସ ଗ୍ୟାରେଜ’ର ଶୁଭ ଉଦଘାଟନ…

ଭୁବନେଶ୍ୱର, ୧୧/୧୨ (ଅଭିଜିତ୍ ସିଂ) : ଟ୍ୱିନ୍ ସିଟିର ମଧ୍ୟ ଭାଗ ପାହାଳ ଠାରେ ବାହୁବଳୀ ସେବାୟତ ଅନିଲ ଗୋଛିକରଙ୍କ ଦ୍ୱାରା “ଫିଟନେସ ଗ୍ୟାରେଜ” ଜିମ୍ ଉଦଘାଟିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଇ ବାର୍ତା ନେଇ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରିଷି ଏହି ଜିମ୍ର ପରିକଳ୍ପନା କରିଛନ୍ତି । ଏହା ଅତ୍ୟାଧୁନିକ ଉପକରଣ ସହିତ ଏକ ବ୍ୟୟ ବହୁଳ ଜିମ୍ । ସାର୍ବଜନୀନ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଭିନେତା ରିଷିଙ୍କର ଏହି ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି । ଆମ ସ୍ୱାସ୍ଥ୍ୟ ଖରାପ ହେବା ପରେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ । ତେବେ ସ୍ୱାସ୍ଥ୍ୟ ପ୍ରତି ଟିକେ ଯନôବାନ ହେଲେ ସୁସ୍ଥ ରହିଥାନ୍ତି ଏକଥା ବ୍ୟସ୍ତ ଜୀବନ ଭିତରେ ଭୁଲିଯାଇଥାଉ । ସେଇ ବାର୍ତା ନେଇ ଫିଟନେସ ଗ୍ୟାରେଜ ଜିମ୍ ଓଲିଉଡ଼ର ଲୋକପ୍ରିୟ ଅଭିନେତା ରିଷି ଶୁଭାରମ୍ଭ କରିଛନ୍ତି । ଏହି ଜିମ୍ରେ ଏକାଧିକ ଅଭିଜ୍ଞ ତାଲିମ୍ ଶିକ୍ଷକ ଥିବାବେଳେ ଏଠାରେ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ । ଶୁଭ ଉଦଘାଟନୀ ଉତ୍ସବରେ ଅଭିନେତା ଅଂଶୁମାନ ଆରୋରା, ମଂଟୁ, ରିଷିକ, ରୋନୀ, ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ଅନିଶା, ଏଲିନା, ପ୍ରିୟା, ନିଦେ୍ର୍ଦଶକ ଜଗତ, କୋରିଓଗ୍ରାଫର ମଂଟୁ ଜେନା, ଫିଟନେସ କୋଚ ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଉଭୟ କଟକ ଏବଂ ଭୁବନେଶ୍ୱରର ସମସ୍ତେ ଉପକୃତ ହେବେ ବୋଲି ଅଭିନେତା ରିଷି ମତ ଦେଇଛନ୍ତି ।