ଓଡିଆ କଳାକାରଙ୍କୁ ମିଳିବ ବିଗ୍ ବ୍ରେକ୍…

ଭୁବନେଶ୍ୱର, ୧୧/୧୨ (ଅଭିଜିତ୍ ସିଂ) : ବ୍ରହ୍ମପୁର ନିବାସୀ ସନ୍ତୋଷ କୁମାର ଆଚାର୍ଯ୍ୟ ସିନେମା ଜଗତରେ ବିଜ୍ଞାପନ, ବ୍ରାଣ୍ଡିଂ, କାଷ୍ଟିଂ ଏଜେନ୍ସ ତଥା ଫ୍ୟାସନ ଦୁନିଆରେ ଦେଶୀ ଓ ବିଦେଶୀ ମଡେଲମାନଙ୍କୁ ନେଇ ମୁମ୍ବାଇ, ଚେନ୍ନାଇ ତଥା ବାଙ୍ଗାଲୋରରେ ଅନେକ ଫ୍ୟାସନ୍ ଶୋ କରି ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ବାଙ୍ଗାଲୋରର ରାମିୟା କଲେଜରୁ ହୋଟେଲ ମ୍ୟାନେଜମେଂଟରେ ଡିଗ୍ରୀ ହାସଲ କରି ଦୁବାଇରେ ଏକ ପଂଚତାରକା ହୋଟଚେଲରେ ଚାକିରୀ କରି ସନ୍ତୋଷ ଅନେକ ବଳିଉଡ କଳାକରଙ୍କ ସଂସ୍ପର୍ଶରେ ଆସିଥିଲେ । ଏହିଠାରୁ ହିଁ ପ୍ରେରଣା ପାଇଁ ସେ ‘ସୁଯଲ ଆସୋସିଏଟ୍’ ନାମରେ ଏକ କାଷ୍ଟିଂ ଏଜେନ୍ସି ଚଳାଇ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନ୍, ଇଲିଆନା ଡିସ୍ଉଜା ଭଳି ବହୁ ସିନେତାରକାଙ୍କୁ ବ୍ରେକ୍ ଦେଇଛନ୍ତି । ଏବେ ସେ ଓଡିଶାରେ ମଧ୍ୟ ଅନେକ ତାରକାଙ୍କୁ ଏଭଳି ବ୍ରେକ୍ ଦେବାକୁ ପ୍ରସ୍ତୁତି କରିଛନ୍ତି । ଏ ନେଇ ଆଗାମୀ ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକ ଫ୍ୟାସନ୍ ଶୋ ଆୟୋଜିତ ହେବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସନ୍ତୋଷ ।