ଦିବଗଂତଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜିତ…

ବ୍ୟୁରୋ ରିପୋର୍ଟ, ୦୯/୧୨ : ସୁବାଷ ବୋଷ ୟୁଥ୍ କ୍ଲବ ଆନୁକୂଲ୍ୟରେ ୩୨ ତମ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଦିବଗଂତ ପରେଶ ଚନ୍ଦ୍ର ସାହୁ, ଦିବଗଂତ କୁଶ ଚନ୍ଦ୍ର ବେହେରା, ଦିବଗଂତ ଏନ୍. ଦେବାନନ୍ଦ ରାଓଙ୍କ ସ୍ମୃତିରେ ତଥା କିମିଟିର ସହମତିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରଙ୍ଗାରଙ୍ଗା କାର୍ଯ୍ୟକ୍ରମକୁ ଟିକେ ବିରତି ଦେଇ ଗରିବ ଲୋକକଲ୍ୟାଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ସହିତ କମ୍ବଳ ବଣ୍ଟନ ଏବଂ ସେମାନଙ୍କ ନିମନ୍ତେ ପ୍ରୀତି ଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୁନନ୍ଦ ଦାସ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ, ଗ୍ରାମର ମୁଖିଆ ଅରୁଣ କୁମାର ବେହେରା, କାଳନ୍ଦି ଗିରି, କୃଷ୍ଣଚନ୍ଦ୍ର ସାହୁ, ପ୍ରଫିଲ୍ଲ ଗିରି, ସୁବାସ ଚନ୍ଦ୍ର ମଣ୍ଡଳ, ରାକେଶ ଦେଓଙ୍କ ସହିତ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ସନାତନ ମଣ୍ଡଳ, ସୁଦର୍ଶନ ପାଢୀ, ପ୍ରଶାନ୍ତ କୁମାର ସାହୁ, ଅକ୍ଷୟ ଗିରି, ପ୍ରଶାନ୍ତ ରାଉତ, ସଚିନ ଗିରି, ସୁଧାଂଶୁ ମଣ୍ଡଳ, ଅରୁଣ ବେହେରା, ଜିତେନ୍ଦ୍ର ଗିରି, ସୁନୀଲ ବେହେରା, ଦିଲ୍ଲିପ ଗିରି, ବିଚିତ୍ର ଗିରି, ଆଶୀର୍ବାଦ ଗିରି, ସୁବ୍ରତ ଗିରି, ଆଶିଷ ଜେନା, ଜ୍ୟୋତି ରଞ୍ଜନ ବେହେରା, ସ୍ବାଧୀନ ବେହେରା, ଅଜୟ ଗିରି, ସୌମ୍ୟ ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।