ତିର୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଜଳ ସମ୍ପଦ କାର୍ଯ୍ୟାଳୟ ଘେରାଉ…

ଜଗତସିଂହପୁର, ୦୯/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଜଳ ସମ୍ପଦ କାର୍ଯ୍ୟାଳୟ ଘେରାଉ କରାଯାଇଛି । ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଯୁବ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଘେରାଉ କରାଯିବା ସହିତ ହଂସୁଆ ନଦୀର ଶଯ୍ୟା ଖନନ, ବନ୍ଧ ସୁଦୃଢ଼ୀକରଣ, ସଫେଇ, ଜଳ ନିଷ୍କାସନ ଓ ଧୋଇ ଯାଇଥିବା ଫସଲ ନିମନ୍ତେ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ମୁଖ୍ୟ ଦାବି ରହିଛି । ତେବେ ଏ ନେଇ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମଲ୍ଲିକଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, କଂଗ୍ରେସ ନେତା ଆର୍ତତ୍ରାଣ ପଣ୍ଡାଙ୍କ ସହ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ତେବେ ଖୁବଶୀଘ୍ର ଏହାର ସମାଧାନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।