ଓଡିଶା

ଜାଭିୟର ପ୍ରବନ୍ଧନ ପ୍ରତିଷ୍ଠାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ…

ଭୁବନେଶ୍ୱର, ୦୯/୧୨ (ଅଭିଜିତ୍ ସିଂ) : ଜାଭିୟର ପ୍ରବନ୍ଧନ ପ୍ରତିଷ୍ଠାନ ବିଶ୍ୱବିଦ୍ୟାଳୟ ତାର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ବିଶ୍ୱବିଦ୍ୟାଳୟ ସର୍ବଦା ସମାଜର ଚାହିଦା ମୁତାବକ ଗୁଣବତା ଶିକ୍ଷା ଓ ବୈଶ୍ୱିକସ୍ତରରେ ସ୍ଥିର ଓ ସ୍ଥାୟୀ ସଂଗଠନ ସ୍ଥାପନରେ ସାହାଯ୍ୟକାରୀ ଶିକ୍ଷାଦାନ ପାଇଁ ନିରନ୍ତର ପ୍ରୟାସରତ । ଭାରତର ଏହି ପ୍ରଥମ ଜେସୁଇଟ୍କ୍ରିଷ୍ଟିୟାମ ବିିଶ୍ୱବିଦ୍ୟାଳୟର ଉନ୍ନତି ଓ ଉତ୍କଷ୍ଟତାରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କ ଅବଦାନ ସ୍ମରଣୀୟ । ଏହି ଅବସରରେ ମୁଖ୍ୟ ଅତିଥି ଆପୋଲୋ ହସ୍ପିଟାଲ୍ସ ଏଂଟରପ୍ରାଇଜର ପରିଚାଳନା ନିର୍ଦ୍ଦେଶିକା ସୁନୀତା ରେଡିଙ୍କ ମୂଲ୍ୟବାନ ଅଭିଭାଷଣ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଥିଲା ।

ବିଶ୍ୱାସ ହେଉଛି ଶକ୍ତି ଏବଂ ଉଦ୍ଦେଶ୍ୟ ହେଉଛି ଜୀବନପଥ । ଇନୋଭେସନ୍, ଗୋସ୍ତିଗତ କର୍ମକୁଶଳତା ଏବଂ ସକ୍ରିୟତା ହେଉଛି ସଫଳତା ପାଇଁ ମନ୍ତ୍ର ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଶାସନ ପରିଷଦ ଅଧ୍ୟକ୍ଷ, ଫାଦର ଜେରୋମକୁଟିନ୍ହାଏସଜେ, ଏମିରଟସ୍ ଅଧ୍ୟକ୍ଷ ଶ୍ରୀ ରାଜୀବ କାଉଲ, ଉପକୁଳପତି ଫାଦର ଆନ୍ଥୋନୀ ଆଉର୍ଭାରି, ଏସଜେ, କୁଳସଚିବ ଫାଦର ଏସ୍ ଆନ୍ଥୋନୀ ରାଜ୍ ଏବଂ ମୁଖ୍ୟ ଅର୍ଥ ଅଧିକାରୀ ଫାଦର ଭିଆରୋ କିଆଦାସ,ଏସଜେ, ଶାସନ ପରିଷଦର ସମ୍ମାନୀୟ ସଦସ୍ୟଗଣ, ପ୍ରବୀଣ ଅଧ୍ୟାପନା ମଣ୍ଡଳୀଙ୍କ ଉପସ୍ଥିତି ଉତ୍ସବକୁ ମହାନତାରେ ଭରି ଦେଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା