ଘରୋଇ ଅତ୍ୟାଚାର ଏବଂ ବାଲ୍ୟ ବିବାହକୁ ନେଇ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ…

କୋଟପାଡ, ୦୯/୧୨ (ସୁନୀଲ ଦାଶ) : କୋଟପାଡ଼ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ନିକଟରେ ରହିଥିବା ମିଶନ ଶକ୍ତିଗୃହଠାରେ ଅନ୍ଧ ବିଶ୍ୱାସକୁ କେନ୍ଦ୍ରକରି ନାରୀ ଉପରେ ଘରୋଇ ଅତ୍ୟାଚାର ଏବଂ ବାଲ୍ୟ ବିବାହକୁ ରୋକିବା ପାଇଁ ଏକ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଊଝଡଙ ଶ୍ରୀମତୀ ଅନ୍ନପୂର୍ଣ୍ଣା କୁଣ୍ଡୁ, ବାଲ୍ୟ ବିବାହ ସଂଯୋଜକ ଶ୍ରୀ ପ୍ରସନ୍ନ ମିଶ୍ର, କୋଟପାଡ଼ ମହିଳା ଓ ଶିଶୁ୍ୱିକାଶ ଅଧିକାରୀ ଶ୍ରୀମତୀ ସୁମିତା ଦେବୀ ତ୍ରିପାଠୀ ୱାନ ସ୍ଟେପ ସେଂଟରର ଶ୍ରୀମତୀ ମିନତୀ ନାୟକ, ଆଇନଜୀବୀ ଶ୍ରୀ ଅଜିତ ପଟନାୟକ ଏବଂ କୋରାପୁଟ ଶୋଭା ଏନ. ଜି. ଓ ର କର୍ମକର୍ତା ପ୍ରମୁଖ ସାମିଲ ହୋଇ ସଚେତନତା ଶିବିର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଇଥିଲେ । ଏଥିରେ କୋଟପାଡ଼ର ୧୭ଟି ପଂଚାୟତର ସିରା, ପୂଜାରୀ, ଢ଼ିସାରି, ନାରୀ ନେତ୍ରୀ ଏବଂ ଅଙ୍ଗନବାଡି କର୍ମୀ ବିପୁଳ ମାତ୍ରାରେ ଯୋଗ ଦେଇଥିଲେ । ଆୟୋଜିତ କର୍ମଶାଳାରେ ଅନ୍ଧବିଶ୍ୱାସକୁ ନେଇ ନାରୀ ଉପରେ ଘରୋଇ ଅତ୍ୟାଚାର କିଭଳି ରୋକିବାର ଆବଶ୍ୟକତା ଏବଂ କର୍ତବ୍ୟ ରହିଛି ଏବଂ ବାଲ୍ୟ ବିବାହକୁ ରୋକିବାର କିଭଳି ସଚେତନ ନାଗରିକର ଭୂମିକା ଓ ଦାଇତ୍ୱ ରହିଛି ଏ ଦିଗରେ ପର୍ଯ୍ୟାୟକ୍ରମେ ଆଲୋକପାତ କରାଯାଇ ସମସ୍ତଙ୍କୁ ସଚେତନ କରାଯାଇଥିଲା ।