ଓଡିଶା

ମୃତିକା ସଂରକ୍ଷଣ ପାଇଁ ଗଛ ଲଗାଇବା ସହ ପଲିଥିନ୍ ବର୍ଜନ ଉପରେ ଆଲୋଚନା…

ଗଜପତି, ୦୬/୧୨ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ରମାକାନ୍ତ ରଣା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିସା ବେହେରା, କୃଷି ବିଜ୍ଞାନ କେନ୍ଦ୍ର ଆର୍‌. ଉଦୟଗିରି ବରିଷ୍ଠ ବୈଜ୍ଞାନିକ ଡ.ସୁଶ୍ରୀ ଚୌଧୁରୀ ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମୃତିକା ଓ ଜଳ ଜୀବନର ଉତ୍ସ ବିଷୟ ରଖାଯାଇଥିଲା ଏବଂ ମୃତିକା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଚାଷୀଙ୍କୁ ଦିଗ୍ ଦର୍ଶନ ଦିଆଯାଇଥିଲା । ମୃତିକାର ସୁରକ୍ଷା, ମୃତିକାର ସ୍ୱାସ୍ଥ୍ୟକାର୍ଡ ଆବଶ୍ୟକତା, ବିନିଯୋଗ ମୃତିକା ସଂରକ୍ଷଣ ଏବଂ ମୃତିକା ପରୀକ୍ଷା ଉପରେ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ସବୁକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ଚାଷୀମାନେ କିଭଳି ଭାବେ ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ ସେ ସଂପର୍କରେ ଆଲୋଚନା କରଯାଇଥିଲା ।
ମୃତିକା ସଂରକ୍ଷଣ ରଖିବାକୁ ହେଲେ ସମସ୍ତ ଜନସାଧରଣ ଗଛ ଲଗାଇବା ଓ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଆହ୍ୱାନ ଦିଆଯାଥିଲା । ଏହି ଅବସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲାର ୮ ଜଣ କୃଷକଙ୍କୁ ମୃତିକା ସଂରକ୍ଷଣ ନିମନ୍ତେ ମୃତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଇରନୀୟସ୍ ପ୍ରଧାନ, ସହକାରୀ କୃଷି ଅଧିକାରୀ ସୁରୋଜ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର କୃଷି ଅଧିକାରୀ, ବିଭିନ୍ନ ପଂଚାୟତର ଅଗ୍ରଣୀ ଚାଷୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ସହକାରୀ ଜିଲ୍ଲା କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟର୍ଶିନୀ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା