ଓଡିଶା

ଡିସେମ୍ବର ୮ରୁ ପୁରୁଣାବାନ୍ଧଗୋଡା ଗାଁ ମହୋତ୍ସବ ଆରମ୍ଭ…

ଘସିପୁରା, ୦୬/୧୨ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମରେ ଚଳିତ ଡିସେମ୍ବର ୮ ତାରିଖ ଶୁକ୍ରବାରଠାରୁ ୫ ଦିନ ବ୍ୟାପି ଗାଁ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଇଛି । ଏଥି ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ଅବସରରେ ମହୋତ୍ସବ ପଡିଆରେ ମୀନା ବଜାର, ଦୋଳି, ହରେକ ମାଲ ସହ ଅନେକ ଘର କରଣା ଏବଂ ସୌଖିନ ଜିନିଷର ପସରା ମେଲିବ । ସଂଧ୍ୟାରେ ଦର୍ଶକଙ୍କ ମନୋରଂଜନ ପାଇଁ ମେଲୋଡି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଥିବା ବେଳେ ୧୦ ତାରିଖ ରବିବାରଠାରୁ ଖୋଲା ମଂଚରେ ଅପେରା ରଙ୍ଗ ମହଲ ଯାତ୍ରା ପରିବେଷଣ କରିବାକୁ ସ୍ଥିର ହୋଇଛି । ସେହିପରୀ ୧୧ ତାରିଖ ସୋମବାର ସନ୍ଧ୍ୟାରେ ଓଡିଆ ସିନେ ଅଭିନେତ୍ରୀ ଶିତଲଙ୍କ ସହିତ ରାଜ୍ୟ ଗୃହରାଷ୍ଟ୍ର ଯୁବ ଏବଂ କ୍ରାଡା ମନ୍ତ୍ରୀ ତୁଶାରକାନ୍ତି ବେହେରା, ବିଧାୟକ ବଦ୍ରୀନାରାୟଣ ପାତ୍ର, ଏରସମା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୂନନ୍ଦନ ଦାସ, ଆନନ୍ଦପୁର ଉପଜିଲ୍ଲାପାଳ ଘସିପୁରା ବିଡିଓଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀଙ୍କ ଗହଣରେ ପୂଜ୍ୟପୂଜା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ ।
ଦୀର୍ଘ ୫୮ ବର୍ଷ ଧରି ଗ୍ରାମବାସୀ ମିଳିତ ଭାବେ କାର୍ତିକେଶ୍ୱର ପୂଜାକୁ ବଡ ଧୁମଧାମରେ ପାଳନ କରିବା ସହ ଏହାକୁ ଗ୍ରାମର ଗଣପର୍ବ ଭାବେ ପାଳନ କରି ଆସୁଛନ୍ତି । ମହୋତ୍ସବ କମିଟି ସଂଯୋଜକ ସୂଜିତକୁମାର ଧୀରଙ୍କ ଆହ୍ୱାନ କ୍ରମେ ସମ୍ପାଦକ ସୌମେନ୍ଦ୍ର ଧୀର ,ସଭାପତି ସନ୍ତୋଷ କୁମାର ଧୀର, ଜିତେନ୍ଦ୍ର ପଟ୍ଟନାୟକ,ପ୍ରଭାସ ଦାସ, ସୂଦ୍ଧାଂଶୁ ପଟ୍ଟନାୟକ,ସ୍ୱାଗତ ଧୀର, ପିଙ୍କୁନ ମାଝୀ, ପ୍ରଦିପ ନାୟକ, ଶିବଶଙ୍କର ଦାସ, ଜ୍ୟୋତିରଂଜନ ଧୀର, ପଙ୍କଜ ମାଝୀ, ବିଶ୍ୱଜିତ ଧୀର, ସନାତନ ଦଳେଇ, ଗଜେନ୍ଦ୍ର ଦଳେଇ, ବିଜ୍ଞାନ ମହାନ୍ତୀ, ପ୍ରକାଶ ନାୟକ, ପଂଚାନନ ନାୟକ, ଅଜୟ ସେନାପତି, ପତିତ ମଲିକ, ନାଣ୍ଡୁୁଚରଣ ଜେନା, ଅନ୍ତର୍ଯ୍ୟାମି ମଲ୍ଲିକ, ସୂରେଶ ମଲ୍ଲିକ, ସର୍ବେଶ୍ୱର ମଲ୍ଲିକଙ୍କ ସମେତ ଗ୍ରାମର ଛୋଟରୁ ବଡ ପର୍ଯ୍ୟନ୍ତ ସଭିଏଁ ପ୍ରସ୍ତୁତି ବୈଠକରେ ସାମିଲ ହୋଇ ନିଜର ମତାମତ ରଖିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା