କଟକ ସଦର ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଂଚଳବାସୀ…

ନିଶ୍ଚିନ୍ତକୋଇଲି, ୦୬/୧୨ (ଅଭୟ ଜେନା) : କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଦୀବନ୍ଧ ରାସ୍ତା ତଥା ନଦୀଉପରେ ସ୍ଥାୟୀ ସେତୁ ନିର୍ମାଣ ପାଇଁ ବହୁକୋଟି ଟଙ୍କାର ଅନୁଦାନ ମଂଜୁର ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି । ମହାନଦୀ ଉପରେ ସିର୍ଲୋ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୧୪୪କୋଟି ୧୦ଲକ୍ଷ ଟଙ୍କା, ଚିତ୍ରୋତ୍ପଳା ନଦୀ ଉପରେ ବ୍ରାହ୍ମଣଖଣ୍ଡ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୩୫କୋଟି ୮୨ଲକ୍ଷ ୮୫ହଜାର ଟଙ୍କା, ସେହିପରି ଚିତ୍ରୋତ୍ପଳା ନଦୀ ଉପରେ ଜନାର୍ଦ୍ଦନପୁର ଶନିଶ୍ଚର ମନ୍ଦିରଠାରୁ କୁଳିଆ ପର୍ଯନ୍ତ ସେତୁ ନିର୍ମାଣ ପାଇଁ ୮୪କୋଟି ଟଙ୍କା, ଗାନ୍ଧିପଲ୍ଲୀଠାରୁ ତାରପୁର ମହାନଦୀ ବନ୍ଧ ରାସ୍ତା ପାଇଁ ୪୯ କୋଟି ୮୬ଲକ୍ଷ, ବଳରାମପୁରଠାରୁ କଙ୍କଡା ପର୍ଯ୍ୟନ୍ତ ଚିତ୍ରୋତ୍ପଳା ନଦୀ ବନ୍ଧ ରାସ୍ତା ପାଇଁ ୪୬କୋଟି ଟଙ୍କା ମଂଜୁର କରାଇ ଅଂଚଳବାସୀଙ୍କ ବହୁ ଦିନର ସ୍ୱପ୍ନକୁ ସାକାର କରି କାର୍ଯ୍ୟ ତ୍ୱରାନ୍ୱିତ କରିଥିବାରୁ କଟକ ସଦର ନିର୍ବାଚନ ମଣ୍ଡଳୀର ବିକାଶର କର୍ଣ୍ଣଧାର ମାନ୍ୟବର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ୨୮ନଂ ଜିଲ୍ଲାପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତି, ୨୫ନଂ ଜିଲ୍ଲାପରିଷଦ ସଭ୍ୟ ଇଂ ବିଳାସ କୁମାର ଭୋଇ, ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ଜେନା, ବିଶ୍ୱେନ୍ଦୁ ମହାରଣା, ଅମୀୟ ମହାନ୍ତି, ବିଶ୍ୱ ଭୁଷଣ ନାୟକ, ରବୀନ୍ଦ୍ର ଦାସ, ରଞ୍ଜନ ବେହେରା, ଶରତ ସାମଲ, କାଳିନ୍ଦୀ ଭୋଇ, ମାନଗୋବିନ୍ଦ ଦାସ, ଚିନ୍ମୟୀ ବେହେରା, ନନ୍ଦିନୀ ନାୟକ, ସ୍ୱାଧୀନ ଭୂୟାଁ, ସାରଦା ମହାନ୍ତି, ସରୋଜ ବେହେରା, ବିଜୟ ରାଉତ, ଶୁଶାନ୍ତ ସେଠୀ, ରୁସ୍ତମ ମହମ୍ମଦ, ସଂଗ୍ରାମ ସାହାଣୀ, କିଶୋର ସାହାଣୀ, ସିପ୍ରା ଭୋଇ, ଅରୁଣ ବୋଷ, ନରେଶ ରାଉତ, ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି ।