ରିଲିଜ ଅପେକ୍ଷାରେ ସାଧକଙ୍କ ନୂଆ ସଙ୍ଗୀତ “ଏ ଜାଡୁ ବୋଇ”…

ଭୁବନେଶ୍ୱର, ୪/୧୨ : ନୂଆ ସଉରା ସଙ୍ଗୀତ “ଏ ଜାଡୁ ବୋଇ”ର ସମ୍ପୂର୍ଣ୍ଣ ଭିଡିଓ ଡିସେମ୍ବର ୫ରେ ରିଲିଜ ହେବ । ପ୍ରଥମ ଥର ପାଇଁ ଏଥିରେ ଭିଏଫ୍ଏକ୍ସର ଝଲକ ଦେଖିବାକୁ ମିଳିବ । ଜିଶାୟ ରଇତ ଏବଂ ପରମ ଗମାଙ୍ଗଙ୍କ ପ୍ରଯୋଜନାରେ ନିର୍ମିତ ଏହି ସଙ୍ଗୀତରେ ଦୁହେଁ ସଂଳାପ ରଚନା କରିଛନ୍ତି । ଏହାକୁ ସଙ୍ଗୀତର ଧୁନରେ ସଜାଇଛନ୍ତି ଶୋଭନ କାର୍ଜି । ପ୍ରମୋରେ ପ୍ରଦର୍ଶିତି ଶୋଭନଙ୍କ ଉଚ୍ଚକୁଟୀର ଗ୍ରାଫିକ୍ସ ଏବଂ ଭିଏଫ୍ଏକ୍ସର ଛୁଙ୍କ ଦର୍ଶକଙ୍କୁ ମତୁଆଲା କରିଛି।

ମହିମା ମ୍ୟୁଜିକ୍ ପ୍ରଡକ୍ସନ ହାଉସରେ ନିର୍ମିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଦର୍ଶକଙ୍କ ପ୍ରିୟ ସିଙ୍ଗର ସାଧକ । କୁମାର ମଂଟୁଙ୍କ ରିଦିମ୍ ଏବଂ ରାଜେଶଙ୍କ ସଂଯୋଜନା ଦର୍ଶକଙ୍କୁ ମତୁଆଲା କରିଛି । ଏଥିରେ ସିନେମାଟୋଗ୍ରାଫି ଏବଂ କ୍ୟାମେରା ଦାୟିତ୍ୱ ସମ୍ଭାଳିଛନ୍ତି ସାଲମ୍ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦର୍ଶକ ଏଥିରେ ସଉରା ସମ୍ପ୍ରଦାୟର କଳା, ସଂସ୍କୃତି, ପରମ୍ପରା ସହିତ ସଉରା ଜନଜାତି ବ୍ୟବହାର କରୁଥିବା ପୋଷାକର ଝଲକ ଦେଖବାକୁ ମିଳିଛି ।
ସଉରା ସମ୍ପ୍ରଦାୟରେ ବିବାହ ପାଇଁ ପୁଅ ଘର ଲୋକ ସେହି ସମ୍ପ୍ରଦାୟର ଏ ସୁନ୍ଦରୀ ଝିଅଙ୍କ ଘରକୁ ଯାଉଛନ୍ତି । ଏହି ସମୟରେ ଉକ୍ତ ଝିଅକୁ ନେଇ ପୁଅର ମନରେ ଆନ୍ଦୋଳିତ ହୋଇଥିବା ଭାବନାକୁ ନେଇ ଗତିଶୀଳ ହୋଇଛି କାହାଣୀ ।