ଓଡିଶା

ବେଗୁନିଆପଡାରେ ବିଜେପିର ବିଜୟ ଉତ୍ସବ ପାଳିଲେ କର୍ମୀ…

ଗଞ୍ଜାମ, ୪/୧୨ (ବାପୁନି କୁମାର ମାଲୁ) : ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ପୂର୍ଣ୍ଣ ଜନମତ ଦେଇ ପୁଣି ତିନି ରାଜ୍ୟରେ ବିଜେପି ସରକାର କରିବାକୁ ଯାଉଛି । ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଥିବା ବେଳେ ରାଜ୍ୟ ବିଜେପି ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ବିଜୟ ଉତ୍ସବକୁ ବିଜେପିର ବହୁ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ଆତସବାଜୀ ଫୁଟାଇ, ମିଠା ବାଂଟି ଖୁସି ମନାଉଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଅନୁରୂପ ଭାବେ ଏହି ଆନନ୍ଦର ମୁହୂର୍ତକୁ ଉପଭୋଗ କରିଛନ୍ତି ବିଜେପି ନେତା ଓ କର୍ମୀ । କବିସୂର୍ଯ୍ୟନଗରର ବରିଷ୍ଠ ବିଜେପି ନେତା ପ୍ରତାପ ନାୟକଙ୍କ ନେତୃତ୍ୱରେ ସମସ୍ତ ବିଜେପି କର୍ମୀ ଏକାଠି ହୋଇ ବେଗୁନିଆପଡା ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବେଗୁନିଆପଡା ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିବା ସହ ସମସ୍ତଙ୍କୁ ମିଠା ବାଂଟି ବିଜୟ ଉତ୍ସବ ମନାଇଥିବାର ପରିଲିକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକ ପ୍ରିୟତା, ଏବଂ ସ୍ଥିର ସରକାର ଦେବାରେ ମୋଦୀଙ୍କ କାର୍ଯ୍ୟଶୈଳୀ ଆଜି ପୁଣି ଥରେ ପ୍ରମାଣିତ କରିଛି ଯେ ବିଜେପି ଆଗାମୀ ଦିନରେ କେବଳ ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିବ ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ କହିଛନ୍ତି ।

ଓଡ଼ିଶାରେ ହେବାକୁ ଥିବା ଆଗାମୀ ୨୦୨୪ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବା ସହିତ ଓଡ଼ିଶାରେ ବିଜେପି ସରକାର କରିବ ବୋଲି ମଧ୍ୟ ଦୃଢ଼ତାର ସହିତ କହିଛନ୍ତି ଶ୍ରୀ ନାୟକ । ସୂଚନା ଅନୁସାରେ, ଚାରୋଟି ରାଜ୍ୟର ସାଧାରଣ ନିର୍ବାଚନ ଫଳାଫଳ ବାହାରି ଥିବା ବେଳେ ତିନି ପ୍ରମୁଖ ରାଜ୍ୟ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଏହାକୁ ନେଇ କଂଗ୍ରେସ ଶିବିର ଖାଁ ଖାଁ ଲାଗୁଥିବା ବେଳେ ବିଜେପି ଶିବିରରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନାରାୟଣ ସୁମନ୍ତରାୟ, ଆଲୋକ କୁମାର ଶତପଥୀ, କୋଦଳା କାଉନସିଲାର ସୂର୍ଯ୍ୟଂଶୁ ବେହେରା, ସଞ୍ଜୟ ଘୋଷଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା