ବିଧାନସଭା ସ୍ଥରୀୟ ବିଜେପି ଯୁବ ମୋର୍ଚ୍ଚା ତାଲିମ୍ ଶିବିର ଅନୁଷ୍ଠିତ…

ଆଠମଲ୍ଲିକ, ୪/୧୨ (ଧନଞ୍ଜୟ ନାୟକ) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆମ୍ବସରମୁଣ୍ଡା ଜଂଘା ବଡ଼ଦେଓ ଗୋଷ୍ଠୀ କେନ୍ଦ୍ର ସଭାଗୃହ ପରିସରରେ ଆଠମଲ୍ଲିକ ବିଧାନସଭା ବିଜେପି ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜିବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଲୋକସଭା ବିସ୍ତାରକ ଅମୃତ ସ୍ୱାଇଁ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଉପସ୍ଥିତ ଥିବା ୫୬ ଟି ପଂଚାୟତର ସଦସ୍ୟମାନଙ୍କୁ ବିଜେପି ଦଳ ଆଗାମୀ ଦିନରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିପରି ଭାବରେ ଜନସାଧାରଣଙ୍କର ପ୍ରିୟଭାଜନ ହେବେ ସେ ଦିଗରେ ଗୁରୁମନ୍ତ୍ର ଦେଇଥିଲେ । ଏଥିରେ ଆଠମଲ୍ଲିକ ମଣ୍ଡଳ ସଭାପତି ଅବନୀ ପ୍ରଧାନ, ଅଏଡା ମଣ୍ଡଳ ସଭାପତି ଅଜିତ ପ୍ରଧାନ ଠାକୁରଗଡ଼, ମଣ୍ଡଳ ସଭାପତି ଗଗନ ବିହାରୀ ବାରିକ, ନାକିଚି ମଣ୍ଡଳ ସଭାପତି, ମାଧପୁର ମଣ୍ଡଳ ସଭାପତି, ବଇଣ୍ଡା ମଣ୍ଡଳ ସଭାପତିଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ ।
ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଅଏଡ଼ା ମଣ୍ଡଳ ନଅଙ୍ଗା ପଂଚାୟତର ୧୯ ଜଣ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ନୂତନ କର୍ମକର୍ତାଙ୍କୁ ପୁଷ୍ପ ଗୁଛ ସହ ଉତରୀୟ ପ୍ରଦାନ କରିଥିଲେ ।